ବଲାଙ୍ଗୀର : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାବୁପାଲି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ମହତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ଏହି ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହା ସହିତ ପରିବେଶ ସନ୍ତୁଳନ ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କିସମର ଫଳଦାୟୀ ଓ ଛାୟାପ୍ରଦ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆଗଲପୁର ଥାନା ଅଧିକାରିଣୀ ଅନିତା ନାଏକ, ସମ୍ମାନିତ ଅତିଥି ଭାବରେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ଧରଣୀଧର ମେହେର ,ଉପଦେଷ୍ଟା ମନମୋହନ ପଟେଲ, ଗାଁ ଗୌନ୍ତିଆ ବିଦେଶୀ ସାହୁ, ଅନୁଷ୍ଠାନ ର ପ୍ରତିଷ୍ଠାତା ସୋମନାଥ ମିଶ୍ର ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ..ତାସହ ଆଗଲପୁର ଶାଖାର ର ବୁଦ୍ଧଦେବ ସାହୁ, ବିକାଶ ଗଡ଼ତିଆ, ସଂଯୋଗ ସାହୁ, ପ୍ରେମାନନ୍ଦ ପଧାନ, ନିତ୍ୟା ପଧାନ, ପିଣ୍ଟୁ ଯୋଶୀ,ଗୋବିନ୍ଦ ସାହୁ,ପିଣ୍ଟୁ ରଣା, ଅନୁଭବ ସାହୁ, ରିସପାଳ ସାହୁ,ଲକ୍ଷ୍ମୀକାନ୍ତ ସାହୁ, ସଂଜୀବ ସାହୁ, ରମେଶ ଦଣ୍ଡସେନା,ପ୍ରତୀକ ନାଏକ, ଆକାଶ ପୁଟେଲ,ସୁକେଶ ଥପା,ଲିପୁନ ସାହୁ,ତପନ ସାହୁ, ହିମାଂଶୁ ସାହୁ, ନୀଲେଶ ମହାକୁର,ଅଜିତ ପଧାନ,ମାନସ ସାହୁ, ବିରେନ ଠାକୁର,ସୁନୀଲ ବାରିକ,ଲୋକନାଥ ସାହୁ,ଭିକାରି ସାହୁ, ପ୍ରସାଦ ଖମାରି ଆଦି ଯୋଗଦେଇ ରକ୍ତଦାନ ତଥା ସହଯୋଗ କରିଥିଲେ l
ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନଙ୍କ ଏହି ଜନକଲ୍ୟାଣକର ଓ ପରିବେଶାନୁକୂଳ ଉଦ୍ୟମକୁ ବାବୁପାଲି ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଫାଉଣ୍ଡେସନ ତରଫରୁ ଏଭଳି ସାମାଜିକ ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହା ସହିତ ପରିବେଶ ସନ୍ତୁଳନ ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କିସମର ଫଳଦାୟୀ ଓ ଛାୟାପ୍ରଦ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆଗଲପୁର ଥାନା ଅଧିକାରିଣୀ ଅନିତା ନାଏକ, ସମ୍ମାନିତ ଅତିଥି ଭାବରେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ଧରଣୀଧର ମେହେର ,ଉପଦେଷ୍ଟା ମନମୋହନ ପଟେଲ, ଗାଁ ଗୌନ୍ତିଆ ବିଦେଶୀ ସାହୁ, ଅନୁଷ୍ଠାନ ର ପ୍ରତିଷ୍ଠାତା ସୋମନାଥ ମିଶ୍ର ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ..ତାସହ ଆଗଲପୁର ଶାଖାର ର ବୁଦ୍ଧଦେବ ସାହୁ, ବିକାଶ ଗଡ଼ତିଆ, ସଂଯୋଗ ସାହୁ, ପ୍ରେମାନନ୍ଦ ପଧାନ, ନିତ୍ୟା ପଧାନ, ପିଣ୍ଟୁ ଯୋଶୀ,ଗୋବିନ୍ଦ ସାହୁ,ପିଣ୍ଟୁ ରଣା, ଅନୁଭବ ସାହୁ, ରିସପାଳ ସାହୁ,ଲକ୍ଷ୍ମୀକାନ୍ତ ସାହୁ, ସଂଜୀବ ସାହୁ, ରମେଶ ଦଣ୍ଡସେନା,ପ୍ରତୀକ ନାଏକ, ଆକାଶ ପୁଟେଲ,ସୁକେଶ ଥପା,ଲିପୁନ ସାହୁ,ତପନ ସାହୁ, ହିମାଂଶୁ ସାହୁ, ନୀଲେଶ ମହାକୁର,ଅଜିତ ପଧାନ,ମାନସ ସାହୁ, ବିରେନ ଠାକୁର,ସୁନୀଲ ବାରିକ,ଲୋକନାଥ ସାହୁ,ଭିକାରି ସାହୁ, ପ୍ରସାଦ ଖମାରି ଆଦି ଯୋଗଦେଇ ରକ୍ତଦାନ ତଥା ସହଯୋଗ କରିଥିଲେ l
ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନଙ୍କ ଏହି ଜନକଲ୍ୟାଣକର ଓ ପରିବେଶାନୁକୂଳ ଉଦ୍ୟମକୁ ବାବୁପାଲି ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଫାଉଣ୍ଡେସନ ତରଫରୁ ଏଭଳି ସାମାଜିକ ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.