ଉତ୍କୃଷ୍ଟ ସେବା ପାଇଁ ପାରଳା ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତି ଓ ଆର୍.ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କୁ ପୋଲିସ ଡ଼ିଜିଙ୍କ ପ୍ରଶଂସା ପତ୍ର ଓ ଡିସ୍କ ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ତଥା ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ ଡିଜି ଙ୍କ ପ୍ରଶଂସା ପତ୍ର ସମେତ ୨୦୨୫-୨୬ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଡିସ୍କ ସମ୍ମାନ ପ୍ରଦାନ କରାଯାଇଛି।
ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ସମାରୋହରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ତାଙ୍କର ସେବା , କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।
କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଗତ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାରେ ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଇ:ଆଇ:ସି ଶ୍ରୀ ପ୍ରଶାନ୍ତ ଭୂପତିଙ୍କ ନାମ ମଧ୍ୟ ଡିଜିପି ଡିସ୍କ ସମ୍ମାନ ପାଇବା ପାଇଁ ଘୋଷଣା ହୋଇଥିଲା ।
ଆଇ:ଆଇ:ସି ଶ୍ରୀ ଭୂପତି ଏହି ପ୍ରଶଂସନୀୟ ସମ୍ମାନ ପାଇବା ପରେ ସମଗ୍ର ପାରଳା ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ , ସମାଜସେବୀ , ଗଣମାଧ୍ୟମ ବ୍ୟକ୍ତି ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଏହି ଅବସରରେ ଆଇ:ଆଇ:ସି ଶ୍ରୀ ଭୂପତି କହିଛନ୍ତି ଯେ, ଏହି ସମ୍ମାନ ମୋର ଦାୟିତ୍ୱକୁ ଆହୁରି ଅଧିକ ବଢ଼ାଇ ଦେଇଛି। ଆଗାମୀ ଦିନରେ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ପାରଳା ସହର ଓ ଥାନା ଅଞ୍ଚଳବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ମୋର ପ୍ରାଥମିକତା ହେବ ବୋଲି କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ , ଆଇ:ଆଇ:ସି ଶ୍ରୀ ଭୂପତି ପାରଳା ଥାନାଞ୍ଚଳରେ ଆଇନଶୃଙ୍ଖଳା , ଘଟଣାର ଉତ୍କୃଷ୍ଟ ତଦନ୍ତ , ଅପରାଧୀକୁ ଉପଯୁକ୍ତ ଦଣ୍ଡବିଧାନ ଓ ସାଇବର୍ ସୁରକ୍ଷା ସଚେତନତା ସମେତ ମଦ ଓ ଗଞ୍ଜେଇର ଚୋରା କାରବାରକୁ ରୋକିବା ଦିଗରେ ବ୍ୟାପକ ଧରପଗଡ ଅତ୍ୟନ୍ତ ସୁଚାରୁ ରୂପେ ନିଜର ଦାୟିତ୍ୱ ତୁଲାଇ ଆସୁଛନ୍ତି।
ସେହିପରି ନିଜର ଉଲ୍ଲେଖନୀୟ ସଫଳତା ପାଇଁ ଯୁବ ଆଇପିଏସ ରାକେଶ କୁମାର ସାହୁ ଏସଡିପିଓ ଆର୍.ଉଦୟଗିରି ଡିଜିଙ୍କ ଦ୍ୱାରା ଡିସ୍କ ଏଓ୍ୱାର୍ଡରେ ସମ୍ମାନିତ ହୋଇଛନ୍ତି। ଗଜପତିରେ ଯୋଗଦାନ କରିବାର କମ୍ ଦିନ ଭିତରେ ଗଞ୍ଜେଇ ଚୋରା ଚାଳାଣକୁ ୨୪×୭ ମାଧ୍ୟମରେ ନିଜର ପୋଲିସ ଦଳ ସହ ଖିନ୍ବିନ୍ ଯାଞ୍ଚ କରିବା ସହ ଦୁର୍ଗମ ପାହାଡିଆ ଅଞ୍ଚଳରେ
ଏଥିସହିତ ସମ୍ପୃକ୍ତ ଗୁପ୍ତ ଚାଳାଣ ଆଡ୍ଡାକୁ ଠାବ କରିବାସହ ଅଞ୍ଚଳବାସୀ ଙ୍କୁ ନାକେଦମ୍ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ନିରାକରଣ ପ୍ରକ୍ରିୟା ସ୍ୱରୂପ ଗରିବ ଆଦିବାସୀ ତଥା ଅନୁନ୍ନତ ଶ୍ରେଣୀ ମାନଙ୍କ ସହ ଜୀବିକା ରୋଜଗାର ସମ୍ୱନ୍ଧୀୟ ସଚେତନତା ସରକାରୀ କୃଷି ତଥା ଅନ୍ୟାନ୍ୟ ବିଭାଗ ସହ ଯୋଗାଯୋଗ କରି ନିଜର ନବସୃଜନର ପରାକ୍ରାଷ୍ଠା ପ୍ରତିଷ୍ଠା କରି ଗଜପତି ଜିଲ୍ଲାରେ ଏହି ଯୁବ ପ୍ରଶାସକ ପ୍ରଶଂସିତ ଏବଂ ସମ୍ମାନିତ ହୋଇଛନ୍ତି। ନିଜର କୁଶଳ କାର୍ଯ୍ୟଦକ୍ଷତା କମ୍ ଦିନରେ ତାଙ୍କୁ ଶ୍ରେଷ୍ଠସ୍ତରକୁ ପହଞ୍ଚାଇପାରିଛି।