ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନ ର ପ୍ରଥମ ପୂଜନ ଉତ୍ସବ ପାଳନ

150

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସହର ଉପକଣ୍ଠ ଚକରା ବିଷୋୟୀ ବାଇପାସ୍ ଛକ ଠାରେ ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ନୂତନ କାର୍ଯ୍ୟାଳୟ ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।। ଏଥିରେ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକାରୀ ସଦସ୍ୟଙ୍କ ସହ ସଭ୍ୟ ସଭ୍ୟା ଗଣ ଙ୍କ ଉପସ୍ଥିତି ରେ ଭଞ୍ଜନଗର ମାନ୍ୟବର ବିଧାୟକ ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ସହ କାର୍ଯ୍ୟଳୟ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ପନ୍ଦର ତାରିଖ ର ୮୦ ତମ ସ୍ଵାଧିନତା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ,ଗଂଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ନୀଳ ମାଧବ ପାତ୍ର, ଭଞ୍ଜନଗର ପୋୖର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପ ବନ୍ଧୁ ମହାପାତ୍ର,ଆଇନ ଜୀବି ତଥା ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ବ୍ରହ୍ମା କୁମାରୀ ସନ୍ତୋଶିନୀ ଭଉଣୀ, ସମାଜସେବୀ ଦୁର୍ଗା ଚରଣ ସ୍ୱାଇଁ, ଅବସର ପ୍ରାପ୍ତ ସୈନିକ ସଙ୍ଘ ସଭାପତି ଅତିଥି ଭାବେ ଉପସ୍ଥିତ ଥିଲେଏହି ଅନୁଷ୍ଠାନ ଗଂଜାମ ଜିଲ୍ଲାର ସମସ୍ତ କାର୍ଯ୍ୟରତ ପ୍ରିଣ୍ଟ ମିଡ଼ିଆ,ବୈଦ୍ୟୁତିକ ଗଣ ମାଧ୍ୟମ, ଡିଜିଟାଲ ମିଡ଼ିଆ ସମ୍ବାଦିକ ମାନଙ୍କ ଏକତା, ସମସ୍ୟା ସହ ସାମ୍ୱାଦିକ ଅଧିକାର ପାଇଁ କାର୍ଯ୍ୟ କରିବ।ଏତତ୍ ବ୍ୟତୀତ ସାମାଜିକ ସୁରକ୍ଷା, ସେବା ଯୋଗାଇବା ସହ ବିଭିନ୍ନ ପ୍ରକାର ସଚେତନ ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଅଣ୍ଟା ଭିଡ଼ିଛି।ସୂଚନାଯୋଗ୍ୟ ଏହି ଅନୁଷ୍ଠାନ ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ବେଳେ ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ ସେବା ଯୋଗାଉଥିବା ବ୍ୟକ୍ତି ମାନଙ୍କୁ ସାମିଲ କରାଯିବ। ଆଜିର ଏହି ପୂଜନ କାର୍ଯ୍ୟକ୍ରମ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ର ଉପଦେଷ୍ଟା ଧୀରେନ କୁମାର ସ୍ୱାଇଁ,ଓ ସମ୍ପାଦକ ଉଦୟନାଥ ପଣ୍ଡା ସଭା କାର୍ଯ୍ୟ କୁ ପରିଚାଳନା କରିବା ସହିତ ପ୍ରଥମେ ଉପଦେଷ୍ଟା ଧୀରେନ୍ ସ୍ଵାଇ ଅତିଥି ଙ୍କୁ ସ୍ଵାଗତ, ଦୀପ ପ୍ରଜ୍ବଳନ, ବନ୍ଦେ ମାତରଂ ଗାନ ପାଇଁ ନିବେଦନ କରିଥିଲେ। ସେହିପରି ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ସମ୍ପାଦକ ଉଦୟନାଥ ପଣ୍ଡା,ମଞ୍ଚାସିନ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ଵେର୍ଜ ଓ ଉପଢୌକନ ଦେଇ ସମ୍ମାନିତ କରିବା ପାଇଁ। ପରେ ପରେ ଉକ୍ତ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ମହାପାତ୍ର ପ୍ରତ୍ୟକ ମଞ୍ଚାସିନ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ କିଛି ବକ୍ତବ୍ୟ ପ୍ରଦାନ କରିବା ନିମନ୍ତେ। ଏଥିରେ ଉକ୍ତ ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଦଣ୍ଡପାଣି ପ୍ରଧାନ, ଉପସଭାପତି କେ.ହରି ସିଂହ, ଉପଦେଷ୍ଟା ସଂଜୀବ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନିନୀ ସ୍ୱାଇଁ, କୋଷାଧ୍ୟକ୍ଷ ଡାକ୍ତର ତ୍ରିଲୋଚନ ଜେନା ପ୍ରମୂଖ ଉପସ୍ଥିତ ରହି ଅତିଥି ମାନଙ୍କ ଠାରୁ ସମ୍ମାନିତ ହୋଇଥିଲେ ଏତତ୍ ବ୍ୟତୀତ ସମାଜସେବୀ ,ସାମ୍ବାଦିକ କେତେକ ବଛା ବଛା ଅନୁଷ୍ଠାନ ସଦସ୍ୟ ଙ୍କ ସହିତ ଉକ୍ତ ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ପୁରୁଷୋତ୍ତମ ମହାପାତ୍ର ସୂଚନା ଦେଇ କହିଥିଲେ ଯେ , ଆଗାମୀ ଦିନରେ ଏହି ଅନୁଷ୍ଠାନ ଅନେକ ଗୁଡିଏ ଜନ ହିତକର ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ଓ ସାମାଜିକ ସୁରକ୍ଷା ସହ ଭଞ୍ଜନଗର ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରିବ। ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଲୋଗୋ, ଟି ଶାର୍ଟ ଉନ୍ମୋଚିତ ହୋଇଥିଲା
ଶେଷରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ସମ୍ପାଦକ ଉଦୟନାଥ ପଣ୍ଡା ସମ୍ମାନିତ ମଞ୍ଚ ଅତିଥି ବୃନ୍ଦ, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବିଶିଷ୍ଟ ସମାଜସେବୀ ଗଣ ଓ ଅନୁଷ୍ଠାନ ର ସମସ୍ତ ଦେବ ଦୁର୍ଲ୍ଲଭ ସଦସ୍ୟ ଗଣ ଙ୍କ ସଦୟ ଉପସ୍ଥିତ ନିମନ୍ତେ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ଏହି ଅନୁଷ୍ଠାନ ଦ୍ଵାରା ବହୁ ବରିଷ୍ଠ ଗରିଷ୍ଠ ନେତା, ରାଜନେତା, ସାମ୍ବାଦିକ ବନ୍ଧୁ, ସମାଜସେବୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ମଞ୍ଚରେ ଧନ୍ୟବାଦ୍ ଅର୍ପଣ କରିବା ଏକ ବଡ଼ ସୈ।ଭାଗ୍ୟ ର କଥା। ତତ୍ ସହିତ ସମସ୍ତ ସାମ୍ବାଦିକ ଭାଇଭଉଣୀ ମାନଙ୍କୁ ଆଶ୍ଵାସନା ଓ ଧନ୍ୟବାଦ୍ ଦେବାକୁ ଚାହିଁବି ଆପଣ ମାନଙ୍କର ଅଧିକାରୀ ଓ ସୁରକ୍ଷା ଟି.ଏମ୍.ଏସ୍.ଓ ସଦାସର୍ବଦା ଆପଣଙ୍କ ସହ ଦଣ୍ଡାୟମାନ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଶେଷରେ ଏହି ମହାନ୍ ଭବ୍ୟ କାର୍ଯ୍ୟକ୍ରମ କୁ ପରଦା ପଛରେ ରହି ସଫଳ କରିଥିବା ସମସ୍ତ ସହଯୋଗୀ ଓ ଉପସ୍ଥିତ ଶ୍ରୋତା ମାନଙ୍କୁ ସେ, ଆନ୍ତରିକତା ର ସହିତ ଧନ୍ୟବାଦ୍ ପ୍ରଦାନ କରିବା ସହିତ ସମସ୍ତେ ମିଳିମିଶି ଦେଶ ଓ ସମାଜର ପ୍ରଗତି ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ପ୍ରଦାନ କରିଥିଲେ।

Leave A Reply

Your email address will not be published.