ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ :  ୪ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଓ ୨ ଜଣଙ୍କୁ ଡିଲିଟ୍

0

ବାରିପଦା,(ଦିଲ୍ଲୀପ ମହାନ୍ତି ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ମାର୍ଚ୍ଚ ୨୮ ଗୁରୁବାର ଏକାଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର  ଗଣେଶୀ ଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ଅଧ୍ୟକ୍ଷ ଡ.ବ୍ରଜ ବିହାରୀ କୁମାର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୂଳପତି ପ୍ରଦୀପ କୁମାର ଚାନ୍ଦ, କୂଳସଚିବ ପ୍ରମୋଦ କୁମାର ଶତପଥି ପ୍ରମୁଖ ଯୋଗ ଦେଇଥିେଲେ । ଏଥି ସହିତ  ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସିନେଟ, ସିଣ୍ଡିକେଟ ଓ ଏକାଡେିମକ କାଉନସିଲର ସଦସ୍ୟ ମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ ।  ଉକ୍ତ ସମାବର୍ତନ ଉତ୍ସବରେ ୪ଜଣ ବିଶିଷ୍ଟ ବ୍ୟକ୍ତତ୍ୱଙ୍କୁ ସମ୍ମାନ ସୂଚକ ଭାବେ ସମ୍ମାନିତ କରାଯାଇଛି । ସେମାନେ ହେଲେ ପୁର୍ବତନ ଫିଜିକ୍ସ ପ୍ରଫେସର ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ମୟୂରଭଞ୍ଜ ଚେୟାର ପ୍ରଫେସର ନିରଞ୍ଜନ ବାରିକ, ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ  ପ୍ରଫେସର ଅଜିତ କୁମାର ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା ଏବଂ  ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଦୀପକ ମିଶ୍ର । ସେହିପରି  ନିରଞ୍ଜନ ବାରିକ ଓ ଅଜିତ କୁମାର ମହାନ୍ତିଙ୍କୁ ଡକ୍ଟରେଟ ଇନ ସାଇନ୍ସରେ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ଡ଼ଃ. ରାମଚନ୍ଦ୍ର ବେହେରାଙ୍କୁ ଡକ୍ଟରେଟ ଇନ ଲିଟ୍ରେଚର ଏବଂ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଦୀପକ ମିଶ୍ରଙ୍କୁ ଡକ୍ଟରେଟ ଇନ୍ ଲ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟର ପିଜି ବିଭାଗ ଉଦ୍ଭିଦ ବିଜ୍ଞାନରେ   ଟପ୍ପର ହୋଇଥିବା ଛାତ୍ରୀ କାନ୍ତାକୁମାରୀ ସୋନାଲୀ ଜ୍ୟୋତ୍ସ୍ନା ନାୟକଙ୍କ ସମେତ ମୋଟ ୪୪ ଜଣ ଛାତ୍ର ଛାତ୍ରୀଙ୍କୁ  ସ୍ୱର୍ଣ୍ଣ ପଦକ ,୫୬ ଜଣ ଛାତ୍ର ଛାତ୍ରୀଙ୍କୁ ପିଏଚଡି ଏବଂ ୨ଜଣଙ୍କୁ ଡିଲିଟ ସମ୍ମାନରେ ସମ୍ମାନିତ କରାଯାଇଛି ।

 

Leave A Reply

Your email address will not be published.