ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଏବିଭିପିର ଜିଲା ପ୍ରମୁଖ ଶେଷସାଇ ସେନାପତି ଏହି ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରାର ଉଦେଶ୍ୟ ଜ୍ଞାପନ କରି ଭାରତ ଗଠନରେ ଅନେକ ମହାପୁରୁଷମାନଙ୍କ ବଳିଦାନ ସମ୍ପର୍କରେ କହିଥିଲେ। ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହେଉଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ରାୟଗଡା ଜିଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ କହିଥିଲେ। ସକାଳଠାରୁ ଝିପିଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ଗୁଣପୁର କଲେଜ, ଥାୟାରାମା ମହିଳା ମହାବିଦ୍ୟାଳୟ, ଜିଆଇଇଟି, ଶାନ୍ତିନିକେତନ ପ୍ରମୁଖ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରୀଛାତ୍ର ଏହି ତ୍ରିରଙ୍ଗା ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା।
ଅନ୍ୟପକ୍ଷରେ ଗୁଣପୁର କଲେଜ ଛକଠାରୁ ଏକ ବିରାଟ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ବାହାରିଥିଲା। ସମସ୍ତେ ପୁରୁଣା ବସ୍ଷ୍ଟାଣ୍ଡକୁ ପହଞ୍ଚି ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅଖଣ୍ଡଭାରତ ଦିବସ ପାଳନ ହୋଇଥିଲା। ଏବିଭିପିର ବିଭାଗ ପ୍ରମୁଖ ଉମାଶଙ୍କର ଦାସଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୌରଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଗୁଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ, ବରିଷ୍ଠ ଭାଜପା ନେତା ଓ୍ବାଇ ଗଣପତି, ଉଦୟ ପାଢ଼ୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଗୁଣପୁର ନିର୍ବାଚନମଣ୍ଡଳୀ ସଂଯୋଜକ ରଂଜିତ ପାଢ଼ୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲା କାର୍ଯ୍ୟ ବାହକ ଦିଲ୍ଲୀପ ପଣ୍ଡା, ବାମଦେବ ପଟ୍ଟନାୟକ, ସାରଙ୍ଗ ନାଗବଂଶ, ଏବିଭିପିର ଦେବାଶିଷ ସେନାପତି, ସାଗର ପାଣିଗ୍ରାହୀ, ଲକ୍ଷ୍ମୀ ମହାଙ୍କୁଡ, ଇନ୍ଦ୍ରାକ୍ଷୀ ଦାଶ, ପୁଣ୍ୟଶ୍ଳୋକ ସାହୁ, ରାଜେଶ ପୃଷ୍ଟିଙ୍କ ସମେତ ଭାଜପାର ଜିଲା ସାଧାରଣ ସମ୍ପାଦକ ପୃଥିବୀରାଜ ଧନପତି, ଉପସଭାପତି ଚଗଲା ପଣ୍ଡା, ଶ୍ରୀନିବାସ ସ୍ବାଇଁ, ସମ୍ପାଦକ ଦେବାଶିଷ ପଣ୍ଡା, ହରେକୃଷ୍ଣ ପାଢ଼ୀ, ମଣ୍ଡଳ ସଭାପତି ସାମଲୁ ଗାଣ୍ଟା, ଶୁକ୍ଳା କଣ୍ଡାଗିରି, ଗୌରୀ ମାଣ୍ଡାଙ୍ଗୀ, ବୁଲୁ ପାଢ଼ୀ, ରାମ ପଣ୍ଡା, ସନ୍ତୁ ପଟ୍ଟନାୟକ, ଜଗଦୀଶ ପଣ୍ଡା, ଇପିଲି ସାବରିସ, ଚାନ୍ଦ ପାଳ, ନୀଳମାଧବ ପାଢ଼ୀ, ରାମ ପଟ୍ଟନାୟକ, ରାଜେନ୍ଦ୍ର ନାୟକ, ସୁରେଶ ପାଢ଼ୀ, ଟିଙ୍କୁ ପଣ୍ଡା, ସନ୍ତୋଷ ପଣ୍ଡା, ସଦାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।