ନବରଙ୍ଗପୁର କଲେଜରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ

9


ନବରଂଗପୁର ତା ୧୪.୮.୨୦୨୬:ଆଜି ସକାଳ ୧୦ ଘଟିକା ସମୟରେ ନବରଙ୍ଗପୁର ନୋଡାଲ ଡିଗ୍ରୀ କଲେଜ ଠାରେ ଏକ ବିଶେଷ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି ଏବଂ ଅତିରିକ୍ତ (ରାଜସ୍ୱ) ବିଶ୍ୱଜିତ୍ ବର୍ମନ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ହୃଷୀକେଶ ଦାଶ ଏବଂ ବିଶିଷ୍ଟ ବକ୍ତା ଭାବେ କାହ୍ନୁ ଚରଣ ଦାସ, ସାହିତ୍ୟିକ ତଥା ମୁଖପାତ୍ର ବିଜୟ ଚୌଧୁରୀ, ନାରାୟଣ ପଣ୍ଡା ଏବଂ ନବରଙ୍ଗପୁର କଲେଜର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ କଲେଜର ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ସମସ୍ତ ଅତିଥିମାନେ କଲେଜ ପରିସରରେ ପହଞ୍ଚିବା ପରେ ୧୦୦ ଜଣ ଏନସିସି (NCC) କ୍ୟାଡେଟ୍ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ସମସ୍ତେ ମିଳିତ ଭାବେ ‘ବନ୍ଦେ ମାତରମ୍’ ସଙ୍ଗୀତ ଗାନ କରିଥିଲେ ଏବଂ ପରେ ମାନ୍ୟବର ବିଧାୟକ ତଥା ଜିଲ୍ଲାପାଳ ପ୍ରଦର୍ଶନୀ ଷ୍ଟଲ୍‌କୁ ଉଦ୍ଘାଟନ କରିଥିଲେ । ସେଠାରେ ସେମାନେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିବା ପ୍ରାୟ ୩୭ଟି ପ୍ରଦର୍ଶନୀ ଚିତ୍ରପଟ ବୁଲି ଦେଖିଥିଲେ । ତତ୍‌ପରେ ସମସ୍ତ ଅତିଥି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ ଏବଂ ନବରଙ୍ଗପୁର କଲେଜ ଅଧ୍ୟକ୍ଷାଙ୍କ ଉଦ୍‌ଘାଟନୀ ଭାଷଣ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ଶମ୍ଭୁ ହୋତା ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବକ୍ତା ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ ଏବଂ ଦେଶ ବିଭାଜନ ସମୟର ଭୟାବହତା ତଥା ଅକଥନୀୟ ଯନ୍ତ୍ରଣାର ଇତିହାସକୁ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ନବରଙ୍ଗପୁର ଜିଲ୍ଲାବାସୀଙ୍କ ସ୍ମୃତିରେ ଉଜ୍ଜୀବିତ କରିଥିଲେ

Leave A Reply

Your email address will not be published.