୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଗୁମ୍ମା ସରକାରୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

10

ରାୟଗଡ଼: ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଡି. କେ. ମହାନ୍ତି ଏବଂ ରାୟଗଡ ପୌର ପରିଷଦର ପୂର୍ବତନ ଉପ – ପୌରାଧ୍ୟକ୍ଷା ତଥା ଆଇନଜୀବୀ ଶ୍ରୀମତୀ ଶୁଭ୍ରା ପଣ୍ଡା ଯୋଗ ଯୋଗଦେଇ ବିକଶିତ ରାଷ୍ଟ୍ରର ସୁସଂଗଠନ ଛାତ୍ର ସମାଜ ଉପରେ ନିର୍ଭର କରିଥାଏ l ଏହି ପରିପ୍ରେକ୍ଷୀରେ କୁହାଯାଏ ଆଜିର ଶିଶୁ କାଲିର ନାଗରିକ l ସମୟ ତାଳରେ ତ ଆମେ କାଲିର ନାଗରିକ ହୋଇଯିବା କିନ୍ତୁ ଆଗାମୀ କାଲିର ବିକଶିତ ଭାରତ ଗଠନ ପାଇଁ ତୁମେ କଣ ଭାବିଛ କୁହ କିନ୍ତୁ ଆମେ ସମସ୍ତେ ନୀରବ ଆମ ପାଖରେ ଉତ୍ତର ନାହିଁ କାହିଁକିନା ଆମ ଭିତରେ ରାଷ୍ଟ୍ର ପ୍ରେମର ବହ୍ନି ଆଜିବି ଶୀଥିଳ l ଯଦି ଶୀଥିଳ ନୁହେଁ ତାହେଲେ କାହିଁକି ସ୍ୱାମୀ ବିବେକାନନ୍ଦ କୁହନ୍ତି ଉତିଷ୍ଠ ଜାଗ୍ରତ ହୁଅ l ଆଜି ଆଉ ଆମେ ଶୋଇ ରହିଲେ ହେବ ନାହିଁ ଆମକୁ ଆମ ଦେଶ ଗଠନରେ ସାମିଲ କରିବାକୁ ପଡିବ l ଶିକ୍ଷାର ସୁଯୋଗ ଅଛି, ସ୍ୱାଧୀନ ମତବ୍ୟକ୍ତର ଅଧିକାର ଅଛି l ତୁମେ ଆବିଷ୍କାର ଉଦ୍ଭାବନାର ସମସ୍ତ ସୀମାକୁ ସ୍ପର୍ଶ କରିପାରିବ l ଦେଶ ମାତୃକାର ଉନ୍ନତି ଆମର ଉନ୍ନତି ସହ ସମାନୁପାତରେ ଗତିଶୀଳ l ତେଣୁ ଦେଶର ପ୍ରସ୍ତୁତି ଆମ ଠାରୁ ହେବା ଆବଶ୍ୟକ l ଜଣେ ଛାତ୍ର ଭବିଷ୍ୟତରେ କଣ ହେବ ତାର ମୂଳଦୁଆ ଏହି ଛାତ୍ର ଜୀବନରୁ ହିଁ ନିର୍ମାଣ ହୁଏ l ତାହା ଯେତେ ସୁଦୃଢ ହେବ ଦେଶ ସେତେ ସୁଦୃଢ ହେବ l ତେଣୁ ଆମକୁ ପୁସ୍ତକ କିଟ ନ ହୋଇ କୁଶଳୀ ହେବାକୁ ପଡିବ l ତାହେଲେ ଦେଶ ବିକଶିତ ହେବା ସହ ଆଗକୁ ଯାଇପାରିବ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିବା ସହ ଆସ ଛାତ୍ରଛାତ୍ରୀ ଗଣ ଆମେ ଦେଶର ଗଠନ କରିବା ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ତିଆରି କରିବା ଅସୀମ ସାହାସ ଧର୍ଯ୍ୟ ଓ ନୈତିକତାର ରଙ୍ଗରେ ନିଜକୁ ରଙ୍ଗେଈ ଭାରତ ମାଆର ନାଁ କରିବା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରାୟ ୧୮୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁ ବାଟିକା, କନିଷ୍ଠ ଓ ବରିଷ୍ଠ ବିଭାଗରେ “ଗଛ ଲଗାଇବା କେବଳ ଏକ ଦାୟିତ୍ୱ ନୁହେଁ ଏହା ସ୍ୱାଧୀନତାର ପରିଚୟ”, “ଆମ ପରିବେଶ ଆମ ସ୍ୱାଧୀନତା ଆଗାମୀ ପିଢ଼ି ପାଇଁ ଆମ ଦାୟିତ୍ୱ” ଓ “ପରିବେଶ ସୁରକ୍ଷା ବିନା ସ୍ୱାଧୀନତା ଅଧୁରା” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଶିଶୁ ବାଟିକା ବିଭାଗରେ ଛାତ୍ରୀ ତପସ୍ୱିନୀ ହୁଇକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଅନୁଶା ପୁଲାକା ଦୂତୀୟ ସ୍ଥାନ ଅଧିକାର କରିଥିବାବେଳେ ଛାତ୍ର ଶରଣ ନାଇକ ଓ ସ୍ୱସ୍ତିକା ଜାକାକା ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିଭଳି କନିଷ୍ଠ ବିଭାଗରେ ଛାତ୍ରୀ ପ୍ରିୟଙ୍କା କୁଲେସିକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଗଣେଶ ବେନିଆ ଦ୍ୱତୀୟ ଓ ଛାତ୍ରୀ ରୁପୁନି ବେନିଆ ତୃତୀୟ ସ୍ଥାନ ହାସଲ କରିଥିଲେ l ଏବଂ ବରିଷ୍ଠ ବିଭାଗରେ ଛାତ୍ରୀ ବେବିନା ଖରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଅରୁଣ ବେନିଆ ଦ୍ୱତୀୟ ଓ ଛାତ୍ର ୱେନେଲ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏବଂ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଙ୍ଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, କେ. କ୍ରିଷ୍ଣାମୂର୍ତ୍ତି, ସଭ୍ୟ ଶ୍ରୀ ହରିନାରାୟଣ ଦାସ, ସନ୍ତୋଷ ଲମତା, ମହେନ୍ଦ୍ର ଜେନା ଓ ରତ୍ନାକର ନାଇକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.