ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

15

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ , ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆଜି ଭାଇଝଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହ ନାଲସା (SAMVAD – Strengthening Access to Justice for Marginalized, Vulnerable Adivasis and Denotified/Nomadic Tribes)
ଯୋଜନା , ୨୦୨୫ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସଚେତନତା ପ୍ରଦାନ କରାଯାଇଥିଲା।
ସଚେତନତା କାର୍ଯ୍ୟକ୍ରମରେ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ, ଗୁମ୍ମା ବ୍ଲକର ବିଡିଓ ଶ୍ରୀ ଦୁଲାରାମ ମାରାଣ୍ଡି , ଗାଇବା ଆଉଟପୋଷ୍ଟର ଏଏସଆଇ ଶ୍ରୀ ସୁରେନ୍ଦ୍ର ସେଠୀ , ଭାଇଝଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ନୌଆମା ଗମାଙ୍ଗ ଏବଂ ସାମାଜିକ କର୍ମୀ ଶ୍ରୀ ଦୟା ପାଲାକା ଉପସ୍ଥିତ ରହି ସମାବେଶକୁ ସଚେତନ କରିଥିଲେ।
ବକ୍ତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଯୋଗ ନେବା ସହିତ ଅବହେଳିତ , ଦୁର୍ବଳ ବର୍ଗ , ଆଦିବାସୀ ଏବଂ ଡିନୋଟିଫାଏଡ୍/ଯାଯାବର ଜନଜାତିଙ୍କ ପାଇଁ ଆଇନଗତ ସହାୟତା ଓ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀମାନେ ଯୋଗଦେଇ ସଚେତନତା ଗ୍ରହଣ କରିଥିଲେ।

Leave A Reply

Your email address will not be published.