– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସ୍ବର୍ଗତ ଗୋବର୍ଦ୍ଧନ ଦାସ ମହାରାଜ ଜୀ ଙ୍କ ୧୯ ତମ ଶ୍ରାଦ୍ଧ ମହୋତ୍ସଵ ପାଳନ ଅବସରରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରଥମେ ସ୍ବର୍ଗତ ଗୋବର୍ଦ୍ଧନ ଦାସ ମହାରାଜ ଜୀ ଙ୍କଫୋଟୋ ଚିତ୍ରରେ ତାଙ୍କର ଉତ୍ତରଧିକାରୀ ତଥା ବର୍ତମାନର ମନ୍ଦିର ମହନ୍ତ ଶ୍ରୀ ପଦ୍ମ ଚରଣ ମହାରାଜ ଦାସ ଜୀ ଙ୍କ କର କମଳ ରେ ମାଲ୍ୟାର୍ପଣ କରିବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭାଗବତ ପରାୟଣ ସହ ଗୋପାଳ ସହସ୍ର ନାମ ପାଠ କରାଯାଇ ଥିଲା।
ଏହି ପରିପ୍ରେକ୍ଷୀରେ ଶ୍ରୀ ବିଷ୍ଣୁ ସହସ୍ର ନାମ ମଧ୍ୟ ପାଠ କରି ମନ୍ଦିର ପରିସରରେ ହରି ନାମ ସଂକୀର୍ତ୍ତନ ସେଠାରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏହି ମହୋତ୍ସବରେ ଗଜପତି ଜିଲ୍ଲାର ଦେବୀ ମଠ ମହନ୍ତ , କେରାଣ୍ଡି ମହନ୍ତ , ବହୁ ସନାତନ ପ୍ରେମୀ , ବାବାଜୀ ଶ୍ରଦ୍ଧାଳୁ ଓ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରି ପ୍ରସାଦ ସେବନ କରିଥିଲେ।
ମହୋତ୍ସବରେ ଯୋଗ ଦେଇଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା। ମନ୍ଦିର ମହନ୍ତ ମହାରାଜ ଶ୍ରୀ ପଦ୍ମ ଚରଣ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ପ୍ରତ୍ୟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେବାୟତ ଅଜିତ କୁମାର ପାତ୍ର , ସେବାୟତ ପଣ୍ଡା , ସେବାୟତ ଗୋପୀନାଥ ନାୟକ , ସେବାୟତ ଜ୍ଞାନେନ୍ଦ୍ର ମହାପାତ୍ର , ସେବାୟତ ଦୀନବନ୍ଧୁ ନାୟକ ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.