ଜି.ଉଦୟଗିରି ରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

13

ଜି.ଉଦୟଗିରି,୧୩/୦୮(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ କଳିଙ୍ଗ ମହାବିଦ୍ୟାଳୟ,ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପିଏମଶ୍ରୀ ହବାକ ଉଚ୍ଚ ବିଦ୍ୟାଳୟ, ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଶତାଧିକ ଛାତ୍ରୀ ଛାତ୍ର ମାନେ ଏକ ଦୀର୍ଘ ଲମ୍ବା ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ। ସ୍ଥାନିୟ ହାବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରୁ ଆରମ୍ଭ ହୋଇଥିବା ଏହି ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ,ସ୍ଥାନିୟ ତହସିଲଦାର ସମୁଦ୍ର ମିଶ୍ର, ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ବିଜେପି ନଗର ସଭାପତି ଭେଙ୍କଟେଶ୍ବର ବେହେରା, ଜ୍ଞାନ ରଞ୍ଜନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ଶିକ୍ଷୟତ୍ରୀ ଶିକ୍ଷକ,ଅନ୍ୟ କର୍ମଚାରୀ ତଥା ସ୍ଥାନୀୟ ବିଜେପି ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବୁଲୁ ବେହେରା ଙ୍କ ତତ୍ୱାବଧାନରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ସୁରଖୁରରେ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.