ପଦ୍ମପୁର ଓକିଲ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

9

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ଓକିଳ ସଂଘ ତରଫରୁ ଦେବଦର୍ହା ଶୈବପୀଠ ନିକଟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଆନନ୍ଦ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥି ବୟୋଜ୍ୟେଷ୍ଠ ସଦସ୍ୟ ଗୌନ୍ତିଆ କୁମାର ସାହୁ ,ସମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦେଇଥିଲେ ।

ସଂଘ ର ସଭ୍ୟ ବୃନ୍ଦଙ୍କ ବ୍ୟତୀତ ବହୁ କର୍ମୀ ଓ ସଂଗଠକ ଯୋଗଦାନ କରି ୧୦୦ ରୁ ଉର୍ଦ୍ଧ୍ବ ବଉଳ,କଦମ୍ବ,ଓ ନିମ୍ବ ପ୍ରଭୃତି ଚାରା ରୋପଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ | ସଂଘ ର ଏହି ମହତ କାର୍ଯ୍ୟ କୁ ଅଞ୍ଚଳ ବାସୀ ପ୍ରଶଂସା କରିଥିଲେ। ଶେଷ ରେ ଓକିଳ ସଂଘ ର ସମ୍ପାଦକ ହରି ଶଙ୍କର ସିଂ ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରି ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.