ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନଚା ଦଳର ମହିଳା ଶାଖାର ପୂନର୍ଗଠନ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି।ଏଥିରେ ଉପ ସଭାନେତ୍ରୀ ରୂପେ ଡାଟଲା ତ୍ରିଭେଣୀ ଏବଂ ମମତା ବଳିୟାରସିଂ ତଥା ସାଧାରଣ ସମ୍ପାଦିକା ଭାବେ ମାନସୀ ମାଝୀ , ସୁବାସିନୀ ଶବର , ଗୀତାରାଣୀ ପଟ୍ଟନାୟକ , ସଂଜୁସ୍ମିତା ଗମାଙ୍ଗ , କୁମାରୀ ରଇତ , ଟି.ଆମୁଲାମ୍ମା , ତାଲାଡା କୁମାରୀ , ସନ୍ତୋଷୀ ନାଏକ , ଝୁମୁରୀ ବୀର , କୁମାରୀ କାର୍ଜୀ , ସିଫନିୟ ଗମାଙ୍ଗ , ସରୋଜିନୀ ରଇତ , ପ୍ରିୟଙ୍କା ଶବର , ଡାଳିମ୍ବ ଶବର , ମନୋ ଲିମ୍ମା , ସମ୍ପାଦିକା ଭାବେ ଜ୍ୟୋତିର୍ମୟୀ ମହାପାତ୍ର , ତପସ୍ୱିନୀ ନାଏକ , ଭାଡାଲା ବିମଳା , ତେଜସ୍ୱିନୀ ନାଏକ , ରୋହିଣୀ ଭର୍ଦା , ଧରିତ୍ରୀ ଶବର , ମିନତି ପ୍ରଧାନ , ଅରୁଣା ପରିଚ୍ଛା , ରୁନା ଦଳେଇ , ମୋହିଲତା ପାଣି , ମୁଲ୍ଲୀ ଜୟଲକ୍ଷ୍ମୀ ମନୋନୀତ ହୋଇଛନ୍ତି।ସେହିପରି ନଗର ଓ ବ୍ଲକ ସ୍ତରରେ ସଭାନେତ୍ରୀ ଭାବେ ପାରଳାଖେମୁଣ୍ଡି ପୌରପାଳିକା ପାଇଁ ତନୁଜା ଶତପଥୀ , ବ୍ଲକ ସ୍ତରରେ ମୋହନା ପାଇଁ ରୀନା ପ୍ରଧାନ , ଆର୍.ଉଦୟଗିରି ପାଇଁ ଜାନକୀ ଦେବୀ ରଇତ , ନୂଆଗଡ ପାଇଁ ତପସ୍ୱିନୀ ଲିମ୍ମା , ରାୟଗଡ ପାଇଁ ପ୍ରତିମା ବିଶ୍ୱାଳ , ଗୁମ୍ମା ପାଇଁ କୁନି ବୀର,ଗୋଷାଣି ପାଇଁ ରିଗିଡି ରାଣୀ , କାଶୀନଗର ପାଇଁ ମାନସୀ ପାଣିଗ୍ରାହୀ (ବିଜ୍ଞାପିତ ଅଞ୍ଚଳ ପରିଷଦ) ଏବଂ ନିଳିମା ପରିଚ୍ଛା (ବ୍ଲକ)ମନୋନୀତ ହୋଇଛନ୍ତି।