ବସ୍ତା ୭/୮: ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସା ରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପ ଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା।ପୋଲିସ କୁ ଦେଖି ଗାଡ଼ି ଚାଳକ ସ୍କର୍ପିଓକୁ ଛାଡ଼ି ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ପରେ ପୋଲିସ ଗାଡ଼ିଟିକୁ ଜବତ କରି ଥାନା କୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୪ଟି ଗୋରୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ଗୋରୁ ମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇ ଥିବାବେଳେ, ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି।