ଜିଲ୍ଲା ପରିଷଦ ଉପନିର୍ବାଚନ,ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜୋରଦାର On Jan 9, 2018 20 Share ମାଆ ପେଟର ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନବୀନ ବାବୁଙ୍କ ସୁଶାସନର ପ୍ରମାଣ : ରବୀନ୍ଦ୍ର ବାଲେଶ୍ୱର/ଉଜ୍ଜ୍ୱଳ କର : ୨୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପାର୍ଥୀ କମଲ କୁମାର ସାହୁଙ୍କ ସପକ୍ଷରେ ଦଳ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ସଦର ବ୍ଲକ ଅନ୍ତର୍ଗତ ସାରଗାଁ ପଞ୍ଚାୟତର ଇସାଣୀ ପଡ଼ିଆରେ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମରେ ବାଲେଶ୍ୱର ଲେଶକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଓ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗ ଦେଇ ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏକକ ନେତୃତ୍ୱର ଦଳ ଭାବେ ଦୀର୍ଘ ୧୮ ବର୍ଷଧରି ରାଜ୍ୟକୁ ସୁଶାସନ ଦେଇଆସିଥିବା ବିଜେଡି ହିଁ ଜନସାଧାରଣଙ୍କ ଭାବନା ଓ ବିଶ୍ୱାସ ଲାଭ କରିଛି । ମାଆ ପେଟର ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ହିଁ ତା’ର ପ୍ରମାଣ ବୋଲି ବିଧାୟକ ଓ ସାଂସଦ କହିଥିଲେ । ସାରଗାଁ ପଞ୍ଚାୟତ ବିଜେଡି ସଭାପତି ନରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ,ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଶକ୍ତିପଦ ରାୟ, ଜିଲ୍ଲା ବିଜେଡ଼ି ମିଡ଼ିଆ ସଂଯୋଜକ ରଘୁନାଥ ଲେଙ୍କା , ବିଜୁ ଜନତା ଦଳର ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ଧିରେନ ନାୟକ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସିମନ ଦାସମହାପାତ୍ର, ଜୋନାଲ ସଭାପତି ତାପସ ପାଣିଗ୍ରହୀ, ବିଜେଡି ଟାଉନ ଛାତ୍ର ସଂଗଠନ ସଭାପତି ବ୍ରଜକିଶୋର ପ୍ରଧାନ, ସାରଗାଁ ସରପଞ୍ଚ ରବି ନାଏକ, ପ୍ରଭାରୀ ଅରୁଣ କୁମାର ଚାର୍ଟାଜୀଙ୍କ ସମେତ ପ୍ରାର୍ଥୀ ଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ବିଜୁ ବକ୍ତବ୍ୟ ପ୍ରଦାନ କରିଥିଲେ । 20 Share FacebookTwitterGoogle+ReddItWhatsAppPinterestEmail