ଓଡ଼ିଶା ବନ୍ଦ ଡ଼ାକରା ମୟୂରଭଞ୍ଜରେ ପ୍ରଭାବ ହୀନ

0

ବାରିପଦା/Dillip Mohanty – ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ୱାନ କ୍ରମେ ଝାଡ଼ଖଣ୍ଡ ଦିଶମ ପାର୍ଟି(ଜେଡ଼ିପି) ଓ ଆଦିବାସୀ ସେଙ୍ଗେଲ ଅଭିଯାନ(ଆଶା) ପକ୍ଷରୁ ସମ୍ବିଧାନର ଧାରା ୨୫(ଏ) ଅନୁସାରେ ପ୍ରକୃତି ପୂଜା(ଜାହେର ବଙ୍ଗା)କୁ ସାରନା ଧର୍ମର ମାନ୍ୟତା ସହିତ ଧାରା ୩୪୭ ଅନୁସାରେ ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷାର ମାନ୍ୟତା, ହୋ ମୁଣ୍ଡା ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ, ବିକାଶ ନାମରେ ବିସ୍ଥାପନକୁ ବନ୍ଦ କରାଇବା ଦିଆ ବିଭିନ୍ନ ଦାବି ପୂରଣ ନିମନ୍ତେ ଜାନୁଆରୀ ୮ ପୂର୍ବାହ୍ନ ୬ରୁ ଅପରାହ୍ନ ୬  ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ମୟୂରଭଞ୍ଜ ଜିଲାରେ କୌଣସି ପ୍ରଭାବ ପକାଇ ପାରି ନାହିଁ । ଜିଲାର ସଦର ମହକୁମା ବାରିପଦା ସହିତ ରାଇରଙ୍ଗପୁର ପୌରପରିଷଦ, କରଞ୍ଜିଆ ଓ ଉଦଳା ଏନଏସି ଏବଂ ୨୬ ଗୋଟି ବ୍ଲକରେ ବନ୍ଦର କୌଣସି ଛାପ ଦେଖିବାକୁ ମିଳି ନ ଥିଲା । ଜିଲାରେ ଯାନବାହାନ ଚଳାଚଳ ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ , ବ୍ୟାଙ୍କ, କୋର୍ଟ କଚେରୀ, ପରିବହନ ଓ ଡ଼ାକ ସେବା, ସରକାରୀ କାର୍ଯ୍ୟାଳୟ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ବିନା ବାଧାବିଘ୍ନରେ କାମକାର୍ଯ୍ୟ ଆରମ୍ଭ କରିଥିଲା । ବନ୍ଦ ଡ଼ାକରା ଦେଇଥିବା ପାର୍ଟି କିମ୍ବା ସଙ୍ଗଠନର କୌଣସି ଜଣେ ହେଲେ ନେତା ଅଥବା ସଦସ୍ୟ ବା ସମର୍ଥନକାରୀଙ୍କୁ ଦେଖିବାକୁ ମିଳି ନ ଥିଲା ।  

Leave A Reply

Your email address will not be published.