ବନ ବିଭାଗ ପକ୍ଷରୁ ବିଶ୍ୱ ବନଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବନ  ବିଭାଗ ପକ୍ଷରୁ  ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଓ ପରିବେଷ ବିଭାଗ ଆନୁକୁଲ୍ୟରେ ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । 

ଏହି ଶୋଭାଯାତ୍ରାରେ ବନ ବିଭାଗ କର୍ମଚାରୀ , ବନସୁରକ୍ଷା ସମିତି, ପାରା କର୍ମଚାରୀ, ଓ ବନଅଧିକାରୀ ମାନେ ସାମିଲ ହୋଇ ବନ ସୁରକ୍ଷା ଓ ଚାରା ରୋପଣ ସମେତ ପ୍ରକୃତି ଓ ପରିବେଶ ସୁରକ୍ଷାର ବିଭିନ୍ନ ସଚେତନତା ଉପରେ ବ୍ୟାନେର ଧରି ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହ ଠାରେ ଦେବଗିରି ରେଞ୍ଜ ଅଧିକାରୀ ଏମ.ନରସିଂହମଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବନ ବିଭାଗର ସହକାରୀ ବନ ସଂରକ୍ଷକ ଶିବଶଙ୍କର ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନସୁରକ୍ଷା , ଜଙ୍ଗଲ ସୃଷ୍ଟି, ଜଙ୍ଗଲ କ୍ଷୟ ଓ ପ୍ରକୃତି ପରିବେଶର ଉପାଦେୟତାର ବିଭିନ୍ନ ଦିଗ ଉପରେ କହି ଏହା ନଥିଲେ ଆମକୁ କିଭଳି ବିପଦମୟ ଜୀବନ ବିତାଇବାକୁ ହୋଇପଡିବ ସେ ସମ୍ପର୍କରେ କହିଥିଲେ ।

http://www.youtube.com/watch?v=vuCODJyjcUw 

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ଡ: ଅନିତା ପାତ୍ର, ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ତ୍ରିପତି ପ୍ରସାଦ ପଣ୍ଡା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ସରୋଜ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା , ପ୍ରକୃତି ଓ ପରିବେଶ ସୁରକ୍ଷା ଯୋଗୁଁ ଆମକୁ କିଭଳି ଉପକାର ହୋଇଥାଏ ଏବଂ ବୃକ୍ଷ ହିଁ ଜୀବନର ଉପକାରୀତାର ବିଭିନ୍ନ ଦିଗ ଉପରେ କହିଥିଲେ ।

ଏହି ଅବସରରେ ସର୍ବଶ୍ରେଷ୍ଠ ସବୁଜ ବନାନି ସୃଷ୍ଟି ଉପରେ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟକୁ ଏବଂ ବନ ସୁରକ୍ଷାର ଆବଶ୍ୟକତା ଉପରେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗି ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

 

Leave A Reply

Your email address will not be published.