ବେଲଗୁଣ୍ଠା, ୦୧/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଏକତାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା ଶୁକ୍ରବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ବେଳେ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା,କିରାଣି ସୀମାଞ୍ଚଳ ପଟ୍ଟନାୟକ,ପ୍ରଶାନ୍ତ କୁମାର ସାହୁ ଏବଂ ଦନାର୍ଦ୍ଦନ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଜେନାଙ୍କୁ ଉପଢୌକନ, ମାନପତ୍ର ଏବଂ ଗୀତା ଗ୍ରନ୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଆରସିସି ଛାୟାକାନ୍ତ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ମନୋରଞ୍ଜନ ବିଷୋୟୀ,ସଂଗଠନ ସମ୍ପାଦକ ଆକୁଳ ସାହୁ,ଟୁକୁନା ବେହେରା, ସିଆରସିସି ଅନନ୍ତ ସେଠୀ,ସୁଧୀର କାନ୍ତ ତ୍ରିପାଠୀ,ରଞ୍ଜିତ ସାହୁ,ସୁକାନ୍ତ ନାୟକ,ହରେକୃଷ୍ଣ ଶତପଥୀ, ରମେଶ କୁମାର ପାଣିଗ୍ରାହୀ,ବରିଷ୍ଠ ଶିକ୍ଷକ ଅଶୋକ କୁମାର ବେହେରା, ଶଙ୍ଖନାଦ ସେନାପତି, ସୁବ୍ରତ ପାତ୍ର, କାର୍ତ୍ତିକେୟ ସେଠୀ,ଲିଙ୍ଗରାଜ ସେଠୀ,ସୁନୀଲ ପାତ୍ର,ଅଶୋକ ଜେନା,ଶୀତଳ ପ୍ରସାଦ ଜେନା, ସୁଦେଷ୍ଣା ଜେନା,ଆରତୀ ନାୟକ, ବିଆରଟି ଚନ୍ଦ୍ରକାନ୍ତି ସୁନ୍ଦରାଙ୍କ ସମେତ ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।