ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

9


ନବରଙ୍ଗପୁର : ତା ୧.୮.୨୦୨୬ – ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୮୦ ତମ ସ୍ବାଧିନତା ଦିବସ -୨୦୨୬ ମହା ସମାରୋହରେ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ପାର୍ଥ ଜଗଦୀଶ କାଶ୍ୟପ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ମାନ୍ୟବର ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଡିଗା , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।
ସ୍ୱାଧୀନତା ଦିବସ ଦିନ ସକାଳ ୪.୩୦ ମି ସମୟରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୂନ୍ ପରିବେଷଣ, ସକାଳ ୭.୦୦ ମି ସମୟରେ ସହର ସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା,ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ଷ୍ଟାଡିୟମ ଠାରେ ସକାଳ ୦୯.୧୫ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଅଭିବାଦନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ଟେଣ୍ଟ ଓ ଚୌକି ବ୍ୟବସ୍ଥା,ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ପ୍ରତିମୂର୍ତ୍ତି ସ୍ଥଳ ସଫା,ଟ୍ରାଫିକ ନିୟନ୍ତ୍ରଣ , ଶାନ୍ତି ଶୃଙ୍ଖଳା,ପ୍ୟାରେଡ ଅଭ୍ୟାସ,ସାମୁହିକ ପ୍ୟାରେଡ୍, ଫଳ ଓ ମିଷ୍ଟାନ୍ନ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା,ଅଗ୍ନି ନିର୍ବାପନ , ପିଇବା ପାଣି, ପ୍ରାଥମିକ ଚିକିତ୍ସା ଆମ୍ବୁଲାନ୍ସ, ଅସ୍ଥାୟୀ ବିଦ୍ୟୁତ ଯୋଗାଣ, ଅସ୍ଥାୟୀ ଶୌଚାଳୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ,ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍ , ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନ,ଫଳ ଓ ମିଷ୍ଟାନ୍ନ ବଣ୍ଟନ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ପୂର୍ତ୍ତ, ପୌର ପରିଷଦ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍, ଉଦ୍ୟାନ ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଶିକ୍ଷା ବିଭାଗ, ସମାଜ କଲ୍ୟାଣ ,ଜିଲ୍ଲା ପରିବହନ, ସ୍ଵମନୀତ ଆଦିବାସୀ ଉନ୍ନୟନ ସଂସ୍ଥା,କୃଷି,କ୍ରୀଡ଼ା ,ସଂସ୍କୃତି , ସୁଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ଵ ଦିଆଗଲ। ଚଳିତ ବର୍ଷ ବିଭିନ୍ନ ସ୍କୁଲ୍ କଲେଜ୍ ରୁ ୨୬ ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୧୧/୮, ୧୨/୮ ଏବଂ ୧୩/୮/୨୦୨୬ ସକାଳ ୦୮.୦୦ ଘ: ସମୟରେ ନବରଙ୍ଗପୁର ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସ୍ୱାଧୀନତା ଦିବସ କୁ ଶାନ୍ତି ଶୃଙ୍ଖଳା ସହ ମହା ସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.