ନିର୍ବାଚନ ଓ ହୋଲିପାଇଁ ସୁନ୍ଦରଗଡ଼ ସହରରେ ପୋଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ

0

ସୁନ୍ଦରଗଡ଼/ Horachand Deuria  : ସୁନ୍ଦରଗଡ ସହରରେ ଅପରାଧୀଙ୍କ ନିଦ ପୋଲିସ ହଜାଇ ଦେଇଥିବା ବେଳେ, ଚଳିତ ମାସରେ ହେବାକୁ ଲୋକପର୍ଵ ହୋଲି ଓ ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକାରୀ ସୌମ୍ୟା ମିଶ୍ର ଙ୍କ ନିର୍ଦେଶରେ ଏସଡ଼ିପିଓ ବଳଭଦ୍ର ଦୀପଙ୍କ ନେତୃତ୍ୱରେ ଟାଉନ ଥାନା ରୁ ଏକ ଫ୍ଲାଗ ମାର୍ଚ୍ଚ ସହରରେ ପରିକ୍ରମା କରିଥିଲେ | ଫ୍ଲାଗ ମାର୍ଚ୍ଚ ରେ ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ, ଲେଫ୍ରିପଡା ଥାନା ରେ ତାଲିମ ନେଉଥିବା ଡିଏସପି ମଧୁସ୍ମିତା ମିଶ୍ର ସାମିଲ ହୋଇ ଟାଉନ ଥାନାରୁ ବାହାରି ରଙ୍ଗାଢିପା, ମୁଣ୍ଡା ପଡା, ମହତିଆପଡା, ରେଜିନମାର୍କେଟ, ରାଜବାଟୀ,ପଞ୍ଚମୁଖୀ ହନୁମାନ ଛକ, ପୁରୁଣା ବସଷ୍ଟାଣ୍ଡ, ପତ୍ରାପଡା,ନୂଆପଡ଼ା, ବ୍ଲକ କଲୋନୀ, ହୋଇ ମେଡିକାଲ ଛକ ହୋଇ ଟାଉନ ଥାନାକୁ ଫେରିଥିଲେ, ଆଜି ପୁଣି  ସହରରେ ଫ୍ଲାଗ ମାର୍ଚ୍ଚ ହେବବୋଲି ଟାଉନ ଥାନା ଅଧିକାରୀ ଜଣାଇଛନ୍ତି |

 

Leave A Reply

Your email address will not be published.