ଓଡ଼ିଶା ଏଏମ୍/ଏନ୍‌ଏସ୍‌ଇଣ୍ଡିଆ ଖୋଖୋ ହାଇପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷତାର ଦୁଇବର୍ଷ ପୂର୍ତ୍ତି ପାଳନ

30

ଭୁବନେଶ୍ୱର/ପୁରୀ, ଜୁଲାଇ ୨୮, ୨୦୨୬: ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋଖୋ ହାଇପରଫର୍ମାନ୍ସସେଣ୍ଟର(ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସି), ପୁରୀ ନିଜର ଦ୍ୱିତୀୟ ବର୍ଷପୂର୍ତ୍ତିଏକ ଐତିହାସିକ ସମାରୋହ ମାଧ୍ୟମରେ ପାଳନ କରିଛି। ଏହି ଅବସରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା କେନ୍ଦ୍ରର ଆଥଲେଟ୍‌ମାନଙ୍କୁସମ୍ବର୍ଦ୍ଧିତ କରାଯିବା ସହଖୋ-ଖୋ ଚୟନ ପରୀକ୍ଷଣ ୨୦୨୬ ମାଧ୍ୟମରେ ନୂତନ ପ୍ରତିଭାଶାଳୀ ଆଥଲେଟ୍‌ମାନଙ୍କୁ ମଧ୍ୟ କେନ୍ଦ୍ରରେ ସାମିଲ କରାଯାଇଛି। ଭାରତର ଭବିଷ୍ୟତ ଖୋ-ଖୋ ଚାମ୍ପିଅନ୍‌ମାନଙ୍କୁ ଗଢ଼ି ତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

 ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିର ଆଥଲେଟ୍‌ମାନେ ଖୋ-ଖୋ ବିଶ୍ୱକପ୍ ୨୦୨୫, ଜାତୀୟ କ୍ରୀଡ଼ା ୨୦୨୫, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୫, ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୪-୨୦୨୬, ସିନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୫-୨୦୨୬ ଏବଂ ସବ୍-ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୫-୨୦୨୬ ପରି ବିଭିନ୍ନ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତାସହ ଗୌରବ ଅର୍ଜନ କରୁଛନ୍ତି ।ଗତ ଦୁଇ ବର୍ଷମଧ୍ୟରେ କେନ୍ଦ୍ରର ଆଥଲେଟ୍‌ମାନେ ୩୦ରୁ ଅଧିକ ଜାତୀୟ, ଆଞ୍ଚଳିକ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ବର୍ଗରେ ୪୮ଟି ପଦକ ଅର୍ଜନ କରିଛନ୍ତି।ଏହି ସଫଳତା ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିକୁ ଏକ ନିରନ୍ତର ପ୍ରତିଭା ବିକାଶ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିଛି। ଏଠାରେ ସୁବ୍ୟବସ୍ଥିତ ପ୍ରଶିକ୍ଷଣ ଏବଂ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଆଥଲେଟ୍‌ମାନଙ୍କ ସଫଳତାକୁ ସୁନିଶ୍ଚିତ କରିବା ସହ ଜାତୀୟ ସ୍ତରରେ ସ୍ୱୀକୃତି ଆଣିବାରେ ସହାୟକ ହୋଇଛି।

ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଓଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଅଶୁତୋଷ ତେଲାଙ୍ଗ କହିଛନ୍ତି, “ମାତ୍ର ଦୁଇ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇପରଫର୍ମାନ୍ସସେଣ୍ଟରଖୋ-ଖୋ କ୍ଷେତ୍ରରେ ସୁବ୍ୟବସ୍ଥିତ ପ୍ରଶିକ୍ଷଣ ଓ ପ୍ରତିଭା ବିକାଶର ଏକ ଅଗ୍ରଣୀ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆମ ଆଥଲେଟ୍‌ମାନଙ୍କ ସଫଳତା କେବଳ ସେମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ପ୍ରତିଫଳନ ନୁହେଁବରଂ ଆମେ ମିଳିତ ଭାବେ ଗଢ଼ି ତୋଳିଥିବା ସଶକ୍ତବାତାବରଣର ମଧ୍ୟ ଏକ ପ୍ରମାଣ।ଆମେ ନୂତନ ଆଥଲେଟ୍‌ମାନଙ୍କ ବ୍ୟାଚକୁ ସ୍ୱାଗତ କରୁଥିବା ବେଳେସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଉତ୍କର୍ଷତା ଓ ପ୍ରତିସ୍ପର୍ଦ୍ଧାମୂଳକ ମନୋଭାବର ବିକାଶ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରୁଛି । ଏହାସହିତ ବିଶ୍ୱସ୍ତରରେ ଖୋ-ଖୋ କ୍ଷେତ୍ରରେ ଭାରତର ଗୌରବ ବଢ଼ାଇବାରେ ସକ୍ଷମ ଚାମ୍ପିଅନ୍ ଆଥଲେଟ୍‌ ସୃଷ୍ଟି କରିବା ଦିଗରେ ଆମର ପ୍ରୟାସ ଅବ୍ୟାହତ ରହିଛି।”

ଏହି ସମାରୋହରେ ଭାରତୀୟ ପୁରୁଷ ଖୋ-ଖୋ ଦଳର ଅଧିନାୟକ ଶ୍ରୀ ପ୍ରତୀକ ୱାଇକର ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ-ଖୋ ଫେଡେରେସନର ଉପସଭାପତି ତଥା ଓଡ଼ିଶା ଖୋ-ଖୋ ସଂଘର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ମାନବ ସମ୍ବଳ (ପୂର୍ବ) ବିଭାଗ ମୁଖ୍ୟଡ. ଦେବବ୍ରତ ଦାଶ, ଏଏମ୍/ଏନ୍‌ଏସ୍‌ ଇଣ୍ଡିଆସିଏସ୍‌ଆର୍ ବିଭାଗ ମୁଖ୍ୟ ଡ. ବିକାଶ ଯାଦଭେନ୍ଦୁ ଏବଂ ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିର କାର୍ଯ୍ୟନ୍ଵୟନ ସହଯୋଗୀ ‘ସ୍ପୋର୍ଟସ୍ ଫର ଅଲ୍ (ଏସ୍‌ଏଫ୍‌ଏ)’ର ପ୍ରକଳ୍ପ ମୁଖ୍ୟ ଶ୍ରୀ ସାଗର ସାମଲ ଉପସ୍ଥିତ ଥିଲେ। ସେମାନଙ୍କର ଉପସ୍ଥିତି ଆଥଲେଟ୍‌ମାନଙ୍କୁ ଉତ୍ସାହିତ କରିଥିଲା ଏବଂ କେନ୍ଦ୍ରର ବିକାଶ ଯାତ୍ରାରେ ଆଗାମୀ ଅଧ୍ୟାୟର ପ୍ରତିନିଧିତ୍ୱ କରୁଥିବାଆଥଲେଟ୍‌ମାନଙ୍କୁସାମିଲ କରିବା ପାଇଁ ଏକ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିଥିଲା।

ଖୋ-ଖୋ ଚୟନ ପରୀକ୍ଷଣ-୨୦୨୬ପରେ ଆୟୋଜିତ ଆଥଲେଟ୍‌ମାନଙ୍କର ଔପଚାରିକ ଭାବେ ସାମିଲ ହେବାସମାରୋହରେଜୁନିୟର ଓ ସିନିୟର ବର୍ଗର ୩୧ ଜଣ ଆଥଲେଟ୍‌ ନିଜ ନିଜ ସ୍ଥାନ ବଜାୟ ରଖିଥିବାବେଳେ, ୧୦ ଜଣ ବାଳକ ଓ ୯ ଜଣ ବାଳିକାଙ୍କୁମିଶାଇ ୧୯ ଜଣ ନୂତନ ଆଥଲେଟ୍‌ମାନଙ୍କୁ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା।ନୂତନସବ୍-ଜୁନିୟର ବ୍ୟାଚ୍‌ରେ ଆଥଲେଟ୍‌ମାନଙ୍କୁ ସାମିଲ କରିବା ଜରୁରୀ ଥିଲାକାରଣ୨୦୨୪ ବ୍ୟାଚ୍‌ର ସମସ୍ତ ଆଥଲେଟ୍‌ ଜୁନିୟର ବର୍ଗକୁ ଉନ୍ନୀତ ହୋଇଥିଲେ।ସେହିପରିପୂର୍ବରୁ ଥିବା ଜୁନିୟର ଆଥଲେଟ୍‌ମାନେ ସିନିୟର ବର୍ଗକୁ ଉନ୍ନୀତ ହେବା ପରେ୮ ଜଣ ନୂତନ ଜୁନିୟର ଆଥଲେଟ୍‌ମଧ୍ୟ କେନ୍ଦ୍ରରେ ସାମିଲ ହୋଇଥିଲେ।ଏହି ପର୍ଯ୍ୟାୟକ୍ରମିକ ଉନ୍ନତି ଓ ସାମିଲ ପ୍ରକ୍ରିୟା କେନ୍ଦ୍ରକୁ ଏକସୁବ୍ୟବସ୍ଥିତ ପ୍ରତିଭା ବିକାଶର କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିଥିବାବେଳେପ୍ରତିଭାଶାଳୀ ଉଦୀୟମାନ ଆଥଲେଟ୍‌ମାନଙ୍କ ପାଇଁ କ୍ରମାଗତ ଭାବେ ଆଗକୁ ବଢ଼ିବାର ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ସମ୍ବର୍ଦ୍ଧନା ସମାରୋହରେ ଅବସରରେ ବିଭିନ୍ନ ଜାତୀୟ ଚାମ୍ପିଅନ୍‌ଶିପ୍‌ରେ ଗୌରବମୟ ସଫଳତା ଅର୍ଜନ କରିଥିବା ଆଥଲେଟ୍‌ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା।ପ୍ରତିଯୋଗିତାରେ ସଫଳତା ବ୍ୟତୀତକେନ୍ଦ୍ର ପକ୍ଷରୁସର୍ବାଙ୍ଗୀଣ ପ୍ରଦର୍ଶନ, ଆଦର୍ଶ ଶୃଙ୍ଖଳା, ନିରନ୍ତର ଶିକ୍ଷାଗତ ଉତ୍କର୍ଷତାଏବଂଖେଳ ପଡ଼ିଆରେ ଉଲ୍ଲେଖନୀୟ ଅବଦାନପାଇଁ ମଧ୍ୟ ଆଥଲେଟ୍‌ମାନଙ୍କୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଆଥଲେଟ୍‌ମାନେ ଏକପ୍ରଦର୍ଶନୀ ମ୍ୟାଚ୍‌ରେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଏଥିରେ ସେମାନେ ଆଧୁନିକ ଖୋ-ଖୋର ପରିଚୟ ବହନ କରୁଥିବାଦ୍ରୁତଗତି, କ୍ଷିପ୍ରତା, ରଣନୀତିଗତ ଦକ୍ଷତାଏବଂପ୍ରତିସ୍ପର୍ଦ୍ଧାମୂଳକ ମନୋଭାବର ଚମତ୍କାର ପ୍ରଦର୍ଶନ କରିଥିଲେ।

ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ-ଖୋ ହାଇ ପରଫରମାନ୍ସ ସେଣ୍ଟରତୃତୀୟ ବର୍ଷରେ ପଦାର୍ପଣ କରୁଥିବା ବେଳେ, ବିଶ୍ୱସ୍ତରୀୟ ଆଥଲେଟ୍‌ ସୃଷ୍ଟି କରିବା ଏବଂ ଖୋ-ଖୋ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଆହୁରି ସୁଦୃଢ଼ କରିବାର ନିଜର ଲକ୍ଷ୍ୟ ପ୍ରତି କେନ୍ଦ୍ର ପ୍ରତିବଦ୍ଧ ରହିଛି।

Leave A Reply

Your email address will not be published.