ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍ ।

0 8

ଭୁବନେଶ୍ୱର, ୨୭ ଜୁଲାଇ, ୨୦୨୬: ରାୟଗଡ଼ା ମଣ୍ଡଳର କେଉଟଗୁଡ଼ା ଏବଂ ସିକରପାଇ ମଧ୍ୟରେ ଥିବା ଟନେଲ (ସୁଡ଼ଙ୍ଗ) ନଂ. ୩୨ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ, କେତେକ ନିର୍ଦ୍ଦିଷ୍ଟ ବୁଧବାର ଦିନ ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍ ରହିବ।

ନିମ୍ନଲିଖିତ ଟ୍ରେନଗୁଡ଼ିକ ୨୯ ଜୁଲାଇରୁ ୧୨ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ବାତିଲ୍ ରହିବ।

* ଟ୍ରେନ୍ ନଂ. ୫୮୫୩୭ କୋରାପୁଟ–ବିଶାଖାପାଟଣା ପାସେଞ୍ଜର

* ଟ୍ରେନ୍ ନଂ. ୫୮୫୩୮ ବିଶାଖାପାଟଣା–କୋରାପୁଟ ପାସେଞ୍ଜର

ଏହି ସେକ୍ସନରେ ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଦୀର୍ଘକାଳୀନ ନିର୍ଭରଯୋଗ୍ୟତା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଉଥିବା ଟନେଲ୍ (ସୁଡ଼ଙ୍ଗ) ସୁଦୃଢ଼ୀକରଣ କାର୍ଯ୍ୟକୁ ସୁରକ୍ଷିତ ଭାବେ ସମ୍ପାଦନ କରିବା ପାଇଁ ଏହି ଅସ୍ଥାୟୀ ବାତିଲ୍ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.