ରଥଯାତ୍ରା ପାଳନ ଉପଲକ୍ଷେ ତୃତୀୟ ସନ୍ଧ୍ୟାରେ ରାଧା କୃଷ୍ଣ ପ୍ରେମ ଲୀଳା ଉପରେ ଆଧାରିତ ଲୋକନୃତ୍ୟ ପରିବେଷଣ

0 22

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ୫ଦିନ ଧରି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ର ତୃତୀୟ ସନ୍ଧ୍ୟାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଭିନ୍ନଳା ଗ୍ରାମର ଶ୍ରୀ ଗୌର ଭକ୍ତ ନାଟ୍ୟକଳା ସଂସଦ ପକ୍ଷରୁ ଗୁରୁ ଶ୍ରୀ ପୁରୁଷୋତ୍ତମ ପ୍ରଧାନଙ୍କ ନିର୍ଦ୍ଦେଶନାରେ ରାଧା କୃଷ୍ଣ ପ୍ରେମ ଲୀଳା ଉପରେ ଆଧାରିତ ଲୋକନୃତ୍ୟ ପରିବେଷଣ କରିଥିଲେ।
ତୃତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗୁରୁ ପଣ୍ଡିତ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ମଞ୍ଚାସୀନ ରହି ଆଜିର ମୋବାଇଲ୍ ଯୁଗରେ ଏହିପରି ଲୋକକଳା ଆମ ସଂସ୍କୃତି , ପରମ୍ପରା କୁ ବଞ୍ଚାଇ ରଖିଥିବା ଯୋଗୁଁ ଅନୁଷ୍ଠାନ ସମସ୍ତ କଳାକାର ମାନଙ୍କୁ ସାଧୁବାଦ ଜଣାଇଥିଲେ ଅର୍ଚ୍ଚନା କୁମାରୀ ମଙ୍ଗରାଜ।
ଲୋକକଳାକୁ ବଞ୍ଚାଇବା ପାଇଁ ଅହରହ ଚେଷ୍ଟା ଚଲାଇଛି ଜିଲ୍ଲା ପ୍ରଶାସନ। ଆଧୁନିକ ଯୁଗରେ ଲୋକକଳା ବଞ୍ଚାଇବା ବହୁତ କଷ୍ଟକର। ବହୁତ କଷ୍ଟ ସାଧ୍ୟ ଜିନିଷ କୁ ଆଜିକାଲି ଆପେଣେଇବା ପାଇଁ ଲୋକଙ୍କ ପାଖରେ ଧର୍ଯ୍ୟ ନାହିଁ। ଗଜପତି ଜିଲ୍ଲା , ପାରଳାଖେମୁଣ୍ଡି ହେଉଛି ଲୋକ ସଂସ୍କୃତି ଜିଲ୍ଲା। କିନ୍ତୁ ବର୍ତ୍ତମାନ ଆଉ ସେହି ପରମ୍ପରା ଦିନକୁ ଦିନ ଲୋପ ହେବାକୁ ଯାଉଛି , ଏ ସମୟରେ ଏହି ଅନୁଷ୍ଠାନ ର କଳାକାର ମାନେ ତାକୁ ବଞ୍ଚାଇ ରଖିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥି ପାଇଁ ସେମାନଙ୍କୁ ଉତ୍ସାହତ କରିବା , ସେମାନେ ଏହି ପରମ୍ପରାକୁ ବଞ୍ଚାଇ ରଖିଥାନ୍ତୁ ବୋଲି ଗୁରୁ ଶ୍ରୀ ପାତ୍ର କହିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟାଳୟର କନିଷ୍ଠ ସହାୟକ ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।

Leave A Reply

Your email address will not be published.