ଜିଲ୍ଲା ସ୍ତରୀୟ ବିଶ୍ୱ କଳାମୋତିଆ ସପ୍ତାହ – ୨୦୧୯ ଅନୁଷ୍ଠିତ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ  ଆଜି ସ୍ୱାସ୍ଥ୍ୟ ସମିତିର ଜାତୀୟ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମ ପକ୍ଷରୁ ବିଶ୍ୱକଳା ମୋତିଆ ସପ୍ତାହ ୨୦୧୯ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଗୁନୁରାଣି ପଟ୍ଟନାୟକ ଅଧ୍ୟକ୍ଷତା କରି ନିୟମିତ ଚକ୍ଷୁ ପରୀକ୍ଷା ସମସ୍ତେ କରିବା ଦିଗରେ ଯତ୍ନବାନ ହେବା ସହ ଅଦୃଶ୍ୟ କଳା ମୋତିଆ ବିନ୍ଦୁକୁ ନିଶ୍ଚିତ ଭାବେ ହଟାଇବା ପାଇଁ ସହାୟକ ହେବାକୁ ଆହ୍ୱାନ କରିଥିଲେ ।

ଅବସର ପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ବରିଷ୍ଠ ଚକ୍ଷୁ ବିଶେଷକ ଡଃ. ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ବୟସ ବଢିବା ସହିତ ଚକ୍ଷୁ ଉପରେ ପଡୁଥିବା ପ୍ରଭାବ , ଗ୍ଲୁକୋମ ତଥା ମୋତିଆ ବିନ୍ଦୁ କଣ ,ତାର ଲକ୍ଷଣ ଓ ନିରାକରଣ , ଚିକିତ୍ସାପଦ୍ଧତିରେ  ଦୃଷ୍ଟି ଦୋଷ ଏ ଦିଗରେ ସଚେତନ ହୋଇ କିଭଳି ସାବଧାନତାଓ ସତର୍କତା ରହିବେ ସେ ଉପରେ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରି ବୁଝାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଡିପିଏମ,ଡିବିିସିଏସି ତଥା ଏଡିଏମଓ ଡ ପ୍ରଦୀପ କୁମାର ପାତ୍ର, ଏଡିଏମ ରମେଶ ଚନ୍ଦ୍ର ମିଶ୍ର ଏବଂ ଚକ୍ଷୁ ସହାୟକ ଜନ୍ମେଜୟ ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ଗ୍ଲୁକୋମା ତଥା କଳମୋତିଆବିନ୍ଦୁର ଲକ୍ଷଣ ଓ ନିରକାରଣ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜଗଦୀଶ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.