ସମ୍ପାଦକ ରୂପେ ଗାଙ୍ଗପୁରରୁ ରୁଦ୍ରନାରାୟଣ ଏବଂ ସହ ସମ୍ପାଦକ ରୂପେ କ୍ଷତ୍ରିୟବରପୁରରୁ ସୌରଭ କାନ୍ତ ମନୋନୀତ
,ବେଲଗୁଣ୍ଠା -:୨୫/୦୭-(ଶିବରାମ ଚୌଧୁରୀ )-, ଘୁମୁସର ମାଟିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ାର ନୂତନ ପରିଚାଳନା ସମିତି ଗଠନ ହୋଇଯାଇଛି। ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ଗୌରିପତି ଦାଶଙ୍କ ନେତୃତ୍ବରେ ଗଠିତ ନୂତନ ପରିଚାଳନା ସମିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାହିତ୍ୟିକମାନେ ସ୍ଥାନ ପାଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରୁ ମଧ୍ୟ ଦୁଇ ଯୁବ ସାହିତ୍ୟିକଙ୍କୁ ଯଥାକ୍ରମେ ସମ୍ପାଦକ ଏବଂ ସହସମ୍ପାଦକ ରୂପେ ଦାୟିତ୍ଵ ପ୍ରଦାନ କରାଯାଇଛି। ନୂତନ ପରିଚାଳନା ସମିତିର ଉପଦେଷ୍ଟା ଭାବେ କୃତ୍ତିବାସ ବିଶ୍ଵାଳ, ଇଂ ପ୍ରସନ୍ନ କୁମାର ଦାଶ,ବନ୍ଦନା ପଣ୍ଡା,ସୁବାସ ଚନ୍ଦ୍ର ତାରିଣୀ, ରାଜଲକ୍ଷ୍ମୀ ମିଶ୍ର,,ଆବାହିକା ରୂପେ ଡ. ରୋଜାଲିନି ସେନାପତି,କାର୍ଯ୍ୟକାରୀ ସଭାପତି ରୂପେ ବି ଗୋବିନ୍ଦ ରାଓ,ଉପସଭାପତି ରୂପେ ସୁନୀଲ କୁମାର ଗୌଡ଼,ସୂର୍ଯ୍ୟନାରାୟଣ ଦାଶ,ସନ୍ତୋଷ କୁମାର ଜେନା,ଅମୂଲ୍ୟ କୁମାର ଦାଶ,ସମ୍ପାଦିକା ରୂପେ ବନ୍ଦନା ମହାପାତ୍ର,ପ୍ରମିଳା ପାଣି ସ୍ଥାନ ପାଇଛନ୍ତି। ସେହିପରି ଅନୁଷ୍ଠାନର ସମ୍ପାଦକ ରୂପେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଅଞ୍ଚଳର ଯୁବ ସାହିତ୍ୟିକ ରୁଦ୍ର ନାରାୟଣ ନାୟକ ଏବଂ ସହ ସମ୍ପାଦକ ରୂପେ କ୍ଷେତ୍ରିୟବରପୁରର ଯୁବ ସାହିତ୍ୟିକ ସୌରଭ କାନ୍ତ ତ୍ରିପାଠୀ ସ୍ଥାନ ପାଇଛନ୍ତି। ଅନ୍ୟତମ ସମ୍ପାଦକ ରୂପେ ନରସିଂହ ଆଚାର୍ଯ୍ୟ,ସୁନୀଲ କୁମାର ପ୍ରଧାନ,ରାଜେଶ୍ କୁମାର ପାତ୍ର ଏବଂ ଅନ୍ୟତମ ସହ ସମ୍ପାଦକ ରୂପେ ସୁରେଶ ଚନ୍ଦ୍ର ପାଢ଼ୀଙ୍କୁ ମନୋନୀତ କରାଯାଇଛି। ଏହି ପରିଚାଳନା କମିଟି ଆସନ୍ତା ଅଗଷ୍ଟ ଏକ ତାରିଖରୁ ୨୦୨୮ ମସିହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।