ଜିଲାସ୍ତରୀୟ ଅନ୍ୱେଷା-୨୦୧୭ ଉଦଯାପିତ

0

 

 ଜିଲାର ୨୬ ଗୋଟି ବ୍ଲକରେ ଥିବା କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ଓ ଚଳିତ ବର୍ଷ ପ୍ରଥମ ଥର ପ୍ରତିଯୋଗିତାରେ ସାମିଲ 

            ବାରିପଦାରୁ ଦିଲ୍ଲୀପ ମହାନ୍ତି :   ମୟୂରଭଞ୍ଜର ୪୭ଟି ଆବାସିକ ସ୍ୱତନ୍ତ୍ର ତାଲିମ କେନ୍ଦ୍ର(ଆରଏସଟି)ରେ ଅଧ୍ୟୟନ ରତ ଛାତ୍ରୀଛାତ୍ରମାନଙ୍କ ସହିତ ପଡେ଼ାଶୀ ବାଲେଶ୍ୱର, ଭଦ୍ରଖ , ଯାଜପୁର ଓ କେନ୍ଦୁଝର ସମେତ ମୋଟ ୨୩ ଶହ ପ୍ରତିଯୋଗିମାନଙ୍କୁ ନେଇ ଗତ ଜାନୁଆରୀ ୪ ଗୁରୁବାର ଉଦଘାଟିତ ହୋଇଥିବା ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଆନ୍ୱେଷା-୨୦୧୭ ଶନିବାର ସ୍ଥାନୀୟ ଛଉପଡ଼ିଆ ପରିସରରେ ବାର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଯାପିତ ହୋଇଥିଲା । ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ସହିତ ସମ୍ମାନୀତ ଅତିଥି ଭାବେ ବାରିପଦା ଉପଖଣ୍ଡର ଉପଜିଲାପାଳ ସେକ ଅବଦ୍ଧୁଲ ଅଖତାର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଓ ସିପର ପିଡ଼ି ପି ଏଣ୍ଡ ଆର ଶତ୍ରୁଘ୍ନ କର ପ୍ରମୁଖ ଯୋଗ ଦେଇ ସଫଳ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଇଥିଲେ । ଉଦଯାପନୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏହାପରେ ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଶ୍ରୀସାହୁ ତାଙ୍କର ଅଧ୍ୟକ୍ଷ ଭାଷଣ ଶେଷ କରିବା ପରେ ଆରମ୍ଭ ହୋଇଥିଲା ପୁରସ୍କାର ବିତରଣ କାର୍ଯ୍ୟକ୍ରମ । ୩ ଦିନ ଧରି ଅନୁଷ୍ଠିତ ମୁରୁଜ, ପୋଷ୍ଟର ପେଣ୍ଟିଂ, ଫୁଲତୋଡ଼ା ପ୍ରସ୍ତୁତି, ସୃଜନଶୀଳ ଲିଖନ, କଳସ ପେଣ୍ଟିଂ, କୁଇଜ, ବକ୍ତୃତା, କ୍ୟାରିଆର କାଉନସେଲିଂ, ସାସ୍କୃତିକ କାର୍ଯ୍ୟକ୍ରମ, କମେଡ଼ି ସର୍କସ, ଫେନସି ଡେ଼୍ରସ, ମେହେନ୍ଦି ଆଦି ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ସଫଳ ପ୍ରତିଯୋଗିଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଇବା ପରେ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିବା ମିସ ଅନ୍ୱେଷା ତଥା କସ୍ତୁରବା କନ୍ୟା-୨୦୧୭ ଭାବେ ରାସଗୋବିନ୍ଦପୁର ବ୍ଲକର ବିନୋଦରାୟ ୟୁପିଏସ ଶ୍ରଦ୍ଧା ସୁମନ ବେହେରାଙ୍କୁ ମୁଖ୍ୟ ଅତିଥି ଜିଲାପାଳ ଶ୍ରୀମୀନା ରୁପାରେ ନିର୍ମିତ କସ୍ତୁରବା କନ୍ୟା ମୁକୁଟ ପିନ୍ଧାଇ ଥିବା ବେଳେ ରର୍ନସ ଅପ ଭାବେ  ଶାମାଖୁଣ୍ଟା ବ୍ଲକ ପାଇକବସା ୟୁପିଏସର ପ୍ରିତୀ ସିଂଙ୍କୁ ମଧ୍ୟ ପୁରସ୍ାକୃତ କରାଇଥିଲେ । ସୂଚନାଯୋଗ୍ୟ ଯେ, କୁଇଜ, ଗୀତ, ନୃତ୍ୟ, ସାକ୍ଷାତକାର, ହସ୍ତାକ୍ଷର, ଡେ଼୍ରସ ଆଦି ବିଭିନ୍ନ ବିଷୟ ଉପରେ ପରୀକ୍ଷା କରାଯାଇ କସ୍ତୁରବା କନ୍ୟା ଚୟନ କରାଯାଇ ଥାଏ । ପୁରସ୍କାର ବିତରଣ ପରେ ଜିଲାପାଳ ଶ୍ରୀମୀନା ପ୍ରସ୍ଥାନ କରିବାର ସୂଚନା ଦେବା ପରେ କାର୍ଯ୍ୟକ୍ରମ ସାଙ୍ଗ କରାଗଲା ବୋଲି ଘୋଷଣା କରାଯାଇ ଥିଲା , ମାତ୍ର ସମସ୍ତ ଅତିଥିମାନଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ଜିଲାପାଳ ଶ୍ରୀମୀନା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବାକୁ ଯାଇ ଜିଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲାରେ ପ୍ରାୟ ୪୭ରୁ ଅଧିକ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିସାରିଛନ୍ତି । ଏହି ସମୟରେ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କର ଉପସ୍ଥାନ ହାର ୪୦ରୁ ୪୫ ପ୍ରତିଶତ ରହିଥିବାର ଦେଖିବାକୁ ପାଇ ଥିଲେ । ତେଣୁ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ହାରକୁ ବୃଦ୍ଧି କରାବାକୁ ପଡ଼ିବ । ସେହିପରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀ ମଧ୍ୟରେ ରହିଥିବା ସ୍କିଲକୁ ଦେଖିବାକୁ ପାଇଥିଲେ । ଏହି ସ୍କିଲକୁ ଓରମାସରେ ମିଶାଇ ପାରିଲେ ଏହାର ବେସିକ ଡେ଼ଭଲପମେଣ୍ଟ ସମ୍ଭବ ହୋଇପାରିବ । ଏଥି ନିମନ୍ତେ ଫାଣ୍ଡସର ଆବଶ୍ୟକତାକୁ କିପରି ପୂରଣ କରାଯାଇପାରିବ ତାହା ବିଚାର କରାଯିବ । ଆଜି ଅନ୍ୱେଷା-୨୦୧୭ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଷ୍ଟଲଗୁଡ଼ିକ ପରିଦର୍ଶନ କରିବା ପରେ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ଓରମାସ ଦ୍ୱାରା ସଂଗ୍ରହ କରି ତାର ମାର୍କେଟିଂର ବ୍ୟବସ୍ଥା କରାଇବା ନିମନ୍ତେ ବ୍ୟବସ୍ଥା କରାଯିବ । ଛାତ୍ରୀଛାତ୍ରମାନେ ବିଦ୍ୟାଳୟଗୁଡ଼ିକରେ ଅନୁପସ୍ଥିତ ରହିଲେ ତାର କୁପ୍ରଭାବ ସେମାନଙ୍କର ଦକ୍ଷତା ଉପରେ ପକାଇବ । ତେଣୁ ସେମାନେ ବିଦ୍ୟାଳୟରେ ନିୟମିତ ହୋଇପାରିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଜିଲାପାଳ ଶ୍ରୀମୀନା କହିଥିଲେ ।  

 

Leave A Reply

Your email address will not be published.