ନବରଙ୍ଗପୁର : 23/07/2026,ଭାରତର ସର୍ବ ବୃହତ ତଥା ପୃଥୀବିର ଦ୍ବିତୀୟ ସର୍ବ ବୃହତମ ଅଣ ରାଜନୈତିକ ଶ୍ରମ ସଂଗଠନ ଭାରତୀୟ ମଜଦୁର ସଂଘ 72 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ୧୯୫୫ ମସିହା ଜୁଲାଇ ୨୩ ତାରିଖ ଦିନ ମଧ୍ୟ ପ୍ରଦେଶର ଭୋପାଲ ମାରବାଡି ଧର୍ମ ଶାଳା ଠାରେ ମାନନୀୟ ସ୍ବର୍ଗତ ଦତ୍ତାପନ୍ଥ ଡେଙ୍ଗଡିଜିଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ବାର ବର୍ଷ ପରେ ୧୯୬୭ ମସିହାରେ ସମିତି ଗଠନ ହେଲା । ପ୍ରଥମ ଅଧ୍ୟକ୍ଷ ଭାବେ ବାବାସାହେବ କାମ୍ବଲେ ଓ ଦତ୍ତାପନ୍ଥ ଠେଙ୍ଗଡିଜି ସାଧାରଣ ସମ୍ପାଦକ ଦାୟିତ୍ବରେ ଥିଲେ ଭାରତୀୟ ମଜଦୁର ସଂଘର ପ୍ରାରମ୍ଭ ସମୟରେ ଗୋଟିଏ ବି ୟୁନିୟନ ନଥିଲା, ଶୁନ୍ୟରୁ ଆରମ୍ଭ ହୋଇ ଆଜି ଭାରତରେ ୩୦୦୦ରୁ ଉର୍ଦ୍ଧ୍ଵ ଏବଂ ଓଡିଶାରେ ୨୬୦ ରୁ ଉର୍ଦ୍ଧ୍ବ ୟୁନିୟନ ହୋଇପାରିଛି। ୧୯୬୭ ମସିହାରେ ଦିଲ୍ଲୀ ଠାରେ ପ୍ରଥମ ଅଧିବେସନ ହୋଇଥିଲା। ୧୯୬୮ ମସିହା ଠାରୁ ଓଡିଶାରେ ଆରମ୍ଭ ହୋଇଥିଲା। ପ୍ରଥମ ସଭାପତି ସରଜ ମିତ୍ର ଥିଲେ। କଟକ ଚୌଧୁରୀ ବଜାର ଧର୍ମଶାଳାରେ ଥିବା ଭାରତୀୟ ଜନ ସଂଘର କାର୍ଯ୍ୟାଳୟରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଚାଲିଲା, ୧୯୭୦ ମସିହାରେ ଝାଉଁଲିଆପଟି ଠାରେ କାର୍ଯ୍ୟାଳୟ ଆରମ୍ଭ ହେଲା। ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ଭାରତୀୟ ମଜଦୁର ସଂଘ କାମ କରିଆସୁଛି । ଭାରତୀୟ ମଜଦୁର ସଂଘ ନୀତି ଆଦର୍ଶ ଅନ୍ୟ ସଂଗଠନ ଠାରୁ ଅଲଗା ପ୍ରକାର, ରାଷ୍ଟ୍ରହିତ, ଉଦ୍ୟୋଗହିତ ଓ ଶ୍ରମିକହିତ ଅର୍ଥାତ ରାଷ୍ଟ୍ରର ଉଦ୍ୟୋଗୀ କରଣ ଉଦ୍ୟୋଗୀର ଶ୍ରମିକ କରଣ ଏବଂ ଶ୍ରମିକର ରାଷ୍ଟ୍ରିୟ କରଣ ତ୍ରିସୂଚୀକୁ ଧରି ଭାରତୀୟ ଶ୍ରମିକ ସମାଜ ବି ଏମ ଏସ ନେତୃତ୍ବରେ ଚାଲିବା ଆରମ୍ଭ କରିଥିଲା। ଭାରତୀୟ ସସ୍କୃତି ଓ ବିଚାରଧାରକୁ ଆଧାର କରି ଭାରତୀୟ ମଜଦୁର ସଂଘ କାମ କରି ଆସୁଛି। ଭାରତୀୟ ମଜଦୁର ସଂଘ, ନବରଙ୍ଗପୁର ଜିଲ୍ଲାରେ ନିଷ୍ଠାପର ଭାବେ ଜିଲ୍ଲାକୁ ପ୍ରଗତି ପଥରେ ଅଗ୍ରସର କରି ଶ୍ରମିକ ମାନଙ୍କମୁଁହରେ ହସ ଫୁଟାଇବାର ଓ ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଟା କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ମଜଦୁର ସଂଘ ଅଧିନରେ ଥିବା ଅଙ୍ଗନବାଡି ସଂଘ, ଆଶା କର୍ମୀ ସଂଘ, ମଙ୍ଗଲମଟିମ୍ବର ଶ୍ରମିକ ସଂଘ, ସ୍ବାବଲମ୍ବୀ କାରିଗର ସଂଘ, ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ବିଶ୍ବକର୍ମା ମଜଦୁର ସଂଘ, ଅଲ ଓଡିଶା ହସପିଟାଲ କର୍ମଚାରୀ ସଂଘ, ଓଡିଶା ସେକ୍ୟୁରୀଟି ଗାର୍ଡ ଶ୍ରମିକ ସଂଘ, ଓଡିଶା ସ୍କୁଲ ପାଚିକା ଓ ସହାୟିକା ସଂଘ, ଓଡିଶା ସବୁଜ ପତ୍ରିକା ସଂଘ, ଓଡିଶା ସ୍ଵୟଂ ସହାୟକ ଗୋଷ୍ଠୀ ସଂଘ, ରୋଜଗାର ସେବକ ସଂଘ ମାନଙ୍କୁ ଦେଶାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତ କରି ଶିଶୁ ମହିଳା, କିଶୋରୀ ଓ ନିର୍ମାଣ ଶ୍ରମିକ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି । ଜିଲ୍ଲାର ସମସ୍ତ ସଂଗଠନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ସମସ୍ତ ସଂଗଠନର ଦାବୀ ପୂରଣ ନିମନ୍ତେ ଜିଲ୍ଲା ସ୍ତରରେ ରାସ୍ତା ରୋକ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଓ ରାଲି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଉଛି।
ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଜିଲ୍ଲାରେ ତା୧୧ – ୦୯-୧୯୯୫ମସିହାରେ ମେଣ୍ଟୀ ସ୍ଥିତ ଶିବ ମନ୍ଦିର ଠାରେ ବସନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଥିଲା, ପ୍ରଥମେ କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀ ସଂଘ ରେଜିଷ୍ଟ୍ରେସନ କରାଯାଇଥିଲା। ଏଥିରେ ପ୍ରାୟ ଚାଳିଷ ହଜାର ସଭ୍ୟସଭ୍ୟା ଥିଲେ, ପ୍ରଥମ ଜିଲ୍ଲା ସମ୍ପାଦକ ସର୍ଗତ ମୋହନ ବିଷୋୟୀ ଥିଲେ, ପରମେଶ୍ବର ବିଷୋୟୀ ସଂଗଠନ ସମ୍ପାଦକ ଥିଲେ, ୧୯୯୮ ମସିହାରେ ଅଙ୍ଗନ ବାଡି ସଂଘର ଦାୟିତ୍ବ ଜିଲ୍ଲା ସମ୍ପାଦକ ମାନଙ୍କୁ ଦିଆଗଲା। ଭାରତୀୟ ମଜଦୁର ସଂଘ ପରିଚାଳିତ ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଓ ବିଶ୍ବ କର୍ମା ମଜଦୁର ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଯେଉଁ ନିର୍ମାଣ ଶ୍ରମିକ ମାନେ, ଶ୍ରମ ବିଭାଗରୁ କାର୍ଡ ପାଇଥିବା ଶ୍ରମିକ ମାନଙ୍କ ମୃତ୍ୟୁ ପରେ ପ୍ରାୟ ଦୁଇଶହ ପଚାଶରୁ ଉର୍ଦ୍ଧ୍ଵ ଶ୍ରମିକ ମାନଙ୍କ ପରିବାରଙ୍କୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଓ ତିନି ଲକ୍ଷ ପାଞ୍ଚ ହଜାର ଟଙ୍କା ତଥା ବିବାହ ସହାୟତା ରାଶି ପ୍ରାୟ ପାଞ୍ଚଶହ ଜଣଙ୍କୁ ପଚାଷ ହଜାର ଟଙ୍କା, ପ୍ରସୂତି ସହାୟତା ରାଶି ପ୍ରାୟ ଷାଠିଏ ଜଣଙ୍କୁ ଦଶ ହଜାର ଟଙ୍କା ଓ ଶିକ୍ଷା ସହାୟତା ରାଶି ପ୍ରାୟ ଆଠଶହ ଜଣଙ୍କୁ ଦୁଇ ହଜାର ଟଙ୍କାରୁ ସାତ ହଜାର ଟଙ୍କା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘର ପ୍ରଚେଷ୍ଟାରେ ସରକାରଙ୍କ ଠାରୁ ଟଙ୍କା ପାଇବାର ବ୍ୟବସ୍ଥା କରାଯାଇ ପାରିଛି।ନବରଙ୍ଗପୁର ଜିଲ୍ଲାରେ ୩୧ ବର୍ଷ ମଧ୍ୟରେ ଭାରତୀୟ ମଜଦୁର ସଂଘ ଦ୍ବାରା ଅନେକ ସମସ୍ୟାର ସମାଧାନ କରାଯାଇ ପାରିଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଆଶା କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହରିଜନ,ଅଙ୍ଗନବାଡି ସଂଘ ର ଜିଲ୍ଲା ସମ୍ପାଦିକା ଉମା ନାୟକ, ବିଶ୍ଵକର୍ମା ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ, ମଙ୍ଗଳ ଟିମର ଶ୍ରମିକ ସଂଘ ର ସମ୍ପାଦକ ପଞ୍ଚାନନ ଚୌଧୁରୀ ମଞ୍ଚାସିନ ଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମସ୍ତ ବ୍ଲକ ରୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.