ଷ୍ଟଡିୟର ଭିତ୍ତିଭୂମି ର ବିକାଶ କରାଯିବ – ନରସିଂହ
- ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟାନ, ଦୟା ରନର୍ସଅପ
- ୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ
- ଭେଟେରାନ ଖେଳାଳି ଡା. ଦିପକ ବାରିକଙ୍କୁ ତ୍ରିମୁକୁଟ
ବଲାଙ୍ଗିର,୨୨/୭ – ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଆଜି ଉଦ୍ଯାପିତ ହୋଇଯାଇଛି । ଆଜି ସମସ୍ତ ବିଭାଗର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡା. ବେଣୁଧର ପାଣ୍ଡେ, ଜିଲ୍ଲା ସଂଘର ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ମଂଚାସିନ ଥିଲେ । ଆଜିର ୯ ବର୍ଷ ବାଳକରେ ଆଦିତ୍ୟ ନାରାୟଣ ଚମ୍ପିୟନ ହୋଇଥିବା ବେଳେ ମୟଙ୍କ ଶ୍ରୀୟାଂଶ ସାହୁ ଚମ୍ପିୟାନ ହୋଇଛନ୍ତି । ୧୧ ବର୍ଷ ବାଳକରେ ସମର୍ଥ ପାଢୀ ଚମ୍ପିୟାନ ହୋଇଥିବା ବେଳେ ଅର୍ଣ୍ଣବ ସାହୁ ରନର୍ସଅପ ହେଇଛନ୍ତି । ବାଳିକା ବିଭାଗରେ ଆଦ୍ୟାଶା ଆଚାର୍ଯ୍ୟ ଚମ୍ପିୟାନ, ଆଫିଆ ମଞ୍ଜର ରନର୍ସଅପ ହୋଇଛନ୍ତି । ବାଳକ ଡବଲ୍ସ ରେ ମିହିର ମନନ ଓ ନୈତିକ ଦାସ ରନର୍ସଅପ, ଆୟାଂଶ ପତି ଓ ଅର୍ଣ୍ଣବ ସାହୁ ଚମ୍ପିୟାନ ହୋଇଛନ୍ତି । ୧୩ ବର୍ଷ ବିଭାଗରେ ବାଳକ ସିଙ୍ଗଲରେ ଅରୁଜ ମହାଣା ଚମ୍ପିୟାନ, ଶ୍ରୀୟାଂଶ ପତି ରନର୍ସଅପ, ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଚମ୍ପିୟାନ, ସ୍ୱେତାଶ୍ରୀ ନାଏକ ରନର୍ସଅପ, ବାଳକ ଡବଲ୍ସ ରେ ଶ୍ରୀୟାଂଶ ପତି ଓ ଅର୍ଣ୍ଣବ ସାହୁ ଚମ୍ପିୟାନ, ଶ୍ରୀୟାଂଶ ନାୟକ ଓ ଅନ୍ୱେଷ ସାହୁ ରନର୍ସଅପ ହୋଇଛନ୍ତି । ବାଳିକା ଡବଲ୍ସ ରେ ସ୍ୱେତାଶ୍ରୀ ଓ ଶ୍ରେୟାଂଶ୍ରୀ ଚମ୍ପିୟାନ, ସ୍ନେହାଶ୍ରଦ୍ଧା ଓ ଆରୋହି ରନର୍ସଅପ ହୋଇଛନ୍ତି । ୧୫ବର୍ଷ ବାଳକ ସିଙ୍ଗଲରେ ସାଇ ଚନ୍ଦନ ମହାନ୍ତି ଚମ୍ପିୟାନ, ସାଇ ଆୟୁଷ ପୁରୋହିତ ରନର୍ସଅପ, ବାଳିକାରେ ରିଚା ଅଗ୍ରୱାଲ ଚମ୍ପିୟାନ, ଅଲିସା ବାନୋ ରନର୍ସଅପ, ବାଳକ ଡବଲ୍ସ ରେ ଗତିକ ଓ ସାଇ ଆୟୁଷ ଚମ୍ପିୟାନ, ସୁର୍ଯ୍ୟଂଶ ଓ ଶ୍ରୀୟାଂଶ ପତି ରନର୍ସଅପ, ବାଳିକା ଡବଲ୍ସ ରେ ନିୟତି ପଦ୍ମିନୀ ଅନ୍ୱେଷା ମୋଲାନା ଚମ୍ପିୟାନ, ଆଲିସା ବାନୋ ଓ ବିଭୁ ପ୍ରଭା ରନର୍ସଅପ ହୋଇଛନ୍ତି । ୧୭ ବର୍ଷ ବାଳକରେ ଅମନ ଅଗ୍ରୱାଲ ଚମ୍ପିୟାନ,ଶ୍ରେୟାଂଶ କେଜ୍ରିୱାଲ ରନର୍ସଅପ ହୋଇଛନ୍ତି । ବାଳିକା ସିଙ୍ଗିଲ୍ସ ରେ ନିୟତି ପଦ୍ମିନୀ ଚମ୍ପିୟାନ ଅନ୍ୱେଷା ମଲାନା ରନର୍ସଅପ, ବାଳିକା ଡବଲ୍ସ ରେ ରିଚା ଅନନ୍ୟା ଯୋଡି ଚମ୍ପିୟାନ, ଇତିଶ୍ରୀ ଓ ଆଦ୍ୟାଶା ଯୋଡି ରନର୍ସଅପ ହୋଇଛନ୍ତି । ବାଳକ ଡବଲ୍ସ ରେ ନିଗମାନନ୍ଦ ଓ ଶ୍ରୀୟାଂଶ ଯୋଡି ଚମ୍ପିୟାନ, ସାଇ ଚନ୍ଦନ ଓ ଅମନ ଅଗ୍ରୱାଲ ରନର୍ସଅପ ହୋଇଛନ୍ତି । ୧୯ ବର୍ଷ କମ୍ ବୟସ ବର୍ଗରେ ଶ୍ରୀୟାଂଶ କେଜ୍ରିୱାଲ ଚମ୍ପିୟାନ, ବିଜୟ ଗୁଡିଆ ରନର୍ସଅପ, ବାଳିକା ସିଙ୍ଗଲ୍ସ ରେ ନନ୍ଦିନୀ ଲାଲ ଚମ୍ପିୟାନ, ଦୟା ପଟେଲ ରନର୍ସଅପ, ବାଳକ ଡବଲ୍ସ ରେ ନିଗମାନନ୍ଦ ଓ ବିନୀତ ଙ୍କ ଯୋଡି ଚମ୍ପିୟାନ, ଲୋକେସ ବେହେରା ଓ ଓବେଶ ଖାନ ରନର୍ସଅପ ହୋଇଛନ୍ତି । ମିକ୍ସ ଡବଲ୍ସ ରେ ବିନିତ ନାଏକ ନନ୍ଦିନୀ ଲାଲ ଚମ୍ପିୟାନ, ଅର୍ଣ୍ଣବ ଅନନ୍ୟା ଅଗ୍ରୱାଲ ରନର୍ସଅପ ହୋଇଛନ୍ତି । ସିନିୟର ଚମ୍ପିୟାନ ହୋଇଛନ୍ତି ପିୟୁଷ ନାଗ ରନର୍ସଅପ ହୋଇଛନ୍ତି ନିଖିଳ ସୁନା, ସିନିୟର ମହିଳା ଚମ୍ପିୟାନ ହୋଇଛନ୍ତି ଦୟା ପଟେଲ, ରନର୍ସଅପ ହୋଇଛନ୍ତି ନନ୍ଦିନିଲାଲ । ସିନିୟର ପୁରୁଷ ଡବଲ୍ସ ରେ ପିୟୁଷ ଓ ବିନୀତ ଙ୍କ ଯୋଡି ଚମ୍ପିୟାନ, ନିଖିଳ ଓ ହିମାଂଶୁ ହାତୀ ରନର୍ସଅପ ହୋଇଛନ୍ତି । ମିକ୍ସ ଡବଲ୍ସ ରେ ହିମାଂଶୁ ହାତୀ, ସାୟାଂଶି ନାହାକ ଚମ୍ପିୟାନ, ରାକେଶ ଜୈସୱାଲ ଶ୍ରୀୟା ସୁମନ ମିଶ୍ର ରନର୍ସଅପ ହୋଇଛନ୍ତି । ଭେଟେରାନ ବର୍ଗରେ ୩୫ ବର୍ଷ ବର୍ଗ ରେ ଥବିର ସାହୁ ଚମ୍ପିୟାନ, ସିବୁନ ରଥ ରନର୍ସଅପ ହୋଇଛନ୍ତି । ଏହି ବର୍ଗର ଡବଲ୍ସ ରେ ଚନ୍ଦ୍ରଶେଖର ମିଶ୍ର ଓ ପ୍ରକାଶ ସାହୁ ଚମ୍ପିୟାନ, ସୂର୍ଯ୍ୟ ପ୍ରଧାନ ଓ ଶଙ୍କର ରାଏ ରନର୍ସଅପ ହୋଇଛନ୍ତି । ୪୦ ବର୍ଷ ପୁରୁଷ ସିଙ୍ଗଲରେ ଆଶୁତୋଷ ପଣ୍ଡା ଚମ୍ପିୟାନ, ଶଙ୍କର ରାଏ ରନର୍ସଅପ ହୋଇଛନ୍ତି । ଏହି ବର୍ଗର ପୁରୁଷ ଡବଲ୍ସ ରେ ମନୋଜ ଓ ଶଙ୍କର ରାଏ ଯୋଡି ଚମ୍ପିୟାନ, ଆଶୁତୋଷ ଓ ମାନସ ମହାନ୍ତି ରନର୍ସଅପ ହୋଇଛନ୍ତି । ୪୫ ବର୍ଷ ବୟସ ବର୍ଗରେ ସିଙ୍ଗଲରେ ମନୋଜ ବେହେରା ଚମ୍ପିୟାନ, ସୁମନ୍ତ ନାଏକ ରନର୍ସଅପ, ଏହି ବର୍ଗର ଡବଲ୍ସ ରେ ସଂଗ୍ରାମ ବେହେରା
ଡା ଦିପକ ବାରି ଚମ୍ପିୟାନ, ସୁମନ୍ତ ନାଏକ ପୂର୍ଣ୍ଣଚନ୍ଦ୍ର ପଟେଲ ରନର୍ସଅପ, ୫୦ ବୟସ ବର୍ଗରେ ଦିପକ ବାରିକ ଚମ୍ପିୟାନ ଓ ସଂଗ୍ରାମ ବେହେରା ରନର୍ସଅପ, ଏହି ବର୍ଗରେ ଡବଲ୍ସ ରେ ସଂଗ୍ରାମ ବେହେରା ଓ ଡା.ଦିପକ ବାରିକ ଚମ୍ପିୟାନ, ଡା. ବେଣୁଧର ପାଣ୍ଡେ ଓ ଘନଶ୍ୟାମ ମିଶ୍ର ରନର୍ସଅପ, ୬୦ ବର୍ଷ ବର୍ଗରେ ଡା.ବେଣୁଧର ପାଣ୍ଡେ ଓ ଡା. ପ୍ରଦୀପ କୁମାର ସାହୁ ଚମ୍ପିୟାନ, ଗୋପାଳ ଚନ୍ଦ୍ର ପଣ୍ଡା ଓ ସନାତନ ହାତୀ ରନର୍ସଅପ, ୬୫ ବର୍ଷ ବୟସ ବର୍ଗ ସିଙ୍ଗଲରେ ସନାତନ ହାତି ଚମ୍ପିୟାନ ହୋଇଥିବା ବେଳେ ଗୋପାଳ ଚନ୍ଦ୍ର ପଣ୍ଡା ରନର୍ସଅପ ହୋଇଛନ୍ତି । ଲେବେଲ-୩ ଜିଲ୍ଲା ଚମ୍ପିୟାନସିପ୍ ରେ ୧୩ ବର୍ଷ ସିଙ୍ଗଲ୍ସ ରେ ଆର୍ୟନ ଆଦିତ୍ୟ ମିଶ୍ର ରନର୍ସଅପ ଓ ଆର୍ୟନ ସାହୁ ଚମ୍ପିୟାନ, ୧୫ ବର୍ଷ ବର୍ଗରେ ଅର୍ଣ୍ଣବ ବାଗ ରନର୍ସଅପ ଓ ପ୍ରିୟାଂଶ ରାଉତ ଚମ୍ପିୟାନ ହୋଇଛନ୍ତି ।