ଭଞ୍ଜନଗର ଏନ୍ଆରସି ରେ ଗୁରୁତର ଅପପୁଷ୍ଟିର ଶିକାର ୨ ଶିଶୁ ଭର୍ତ୍ତି
ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନ୍ଏସି ୱାର୍ଡ଼ ନମ୍ବର ୮ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,
,ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଆଇ.ଏ.ଏସ୍. ପ୍ରୋବେସନରୀ ସରନ୍ୟା ଶ୍ରବଣା, ଭଞ୍ଜନଗର ଉପ-ଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ୍ ହରି, ସିଡ଼ିପିଓ ନଳିନୀ ମହାରଣା ।ଏହି ପରିଦର୍ଶନ ସମୟରେ ଉଚ୍ଚାଧିକାରୀବୃନ୍ଦ କେନ୍ଦ୍ରରେ ଥିବା ଅତି ଗୁରୁତର ଅପପୁଷ୍ଟି,ମଧ୍ୟମ ଗୁରୁତର ଅପପୃଷ୍ଟି ଏବଂ ଅତି କମ୍ ଓଜନ ଥିବା ଶିଶୁମାନଙ୍କର ଉଚ୍ଚତା ଓ ଓଜନ ମାପର ସମୀକ୍ଷା କରିବା ସହ ପ୍ରତ୍ୟକ୍ଷ ଯାଞ୍ଚ କରିଥିଲେ।ଏଥିସହିତ ଗୁରୁତର ଅପପୃଷ୍ଟିର ଶିକାର ଶିଶୁଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ଶିଶୁମାନଙ୍କ ସଠିକ୍ ସ୍ୱାସ୍ଥ୍ୟସେବା ଓ ପୋଷଣ ପରିଚାଳନା ପାଇଁ ସେମାନଙ୍କୁ ଏନ୍ଆରସିରେ ଭର୍ତ୍ତି କରିବାକୁ ପରାମର୍ଶ ଓ ପ୍ରୋତ୍ସାହନ ଦେଇଥିଲେ।
ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚାଧିକାରୀମାନଙ୍କର ଏହି ପ୍ରତ୍ୟକ୍ଷ ସଚେତନତା ସ୍ୱରୂପ, ଆଜି ୨ ଜଣ ଗୁରୁତର କୁପୋଷଣର ଶିକାର ଶିଶୁଙ୍କୁ ଭଞ୍ଜନଗର ଏନ୍ଆରସିରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ, ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରକଳ୍ପ ଅନ୍ତର୍ଗତ ଅନ୍ୟାନ୍ୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଛନ୍ତି। ସେ ୱାର୍ଡ଼ ନମ୍ବର ୭ ଏବଂ ୱାର୍ଡ଼ ନମ୍ବର ୧୦ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶାରୀରିକ ବିକାଶ ବାଧାପ୍ରାପ୍ତ, ଏବଂ କମ୍ ଓଜନ ଥିବା ଶିଶୁମାନଙ୍କ ଓଜନ ଓ ଉଚ୍ଚତା ମଧ୍ୟ ଯାଞ୍ଚ କରିଥିଲେ।