ବ୍ୟାଙ୍କ୍ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ।

0


ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-
ସ୍ଥାନୀୟ ବ୍ୟାଙ୍କ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁରେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ନେପାଳ ମେହେର ଓ ସୁନୀଲ ପାଣିଗ୍ରାହୀ ଯୋଗଦେଇଥିଲେ । ପ୍ରଥମେ ବ୍ୟାଙ୍କ ର ପ୍ରତିଷ୍ଠାତା ମହାରାଜା ଶ୍ରୀମନ୍ତ ତୃତୀୟ ସୟାଜୀରାଓ ଗାଏକୱାଡ଼ ଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରିଥିଲେ। ଯୁଗ୍ମ ପ୍ରବନ୍ଧକ ବିନୟ ଭୂଷଣ କୁମ୍ଭାର ଓ ଅତିଥି ପରିଚୟ ପ୍ରଦାନ କରିବା ସହ ବ୍ୟାଙ୍କ ର ଭୂମିକା ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।

ଗ୍ରାହକ ମାନଙ୍କ ମଧ୍ୟରେ ବ୍ରିଜେଶ ବଂଶଲ, ରାଜେଶ ଅଗ୍ରୱାଲ, ବିଶ୍ୱନାଥ ସାହୁ, ସୁରେଶ ସାହୁ, ୱାରିସ ଖାଁ, ଭୋଳାନାଥ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ୟାଙ୍କ୍ ର ପୂର୍ବତନ କର୍ମଚାରୀ ସୌକିଲାଲ ସାହୁ ଙ୍କ ଲିଖିତ “ହୃଦୟରୁ ପଦେ ” ପୁସ୍ତକ ଉନ୍ମୋଚନ ହୋଇଥିଲା। ଯୁଗ୍ମପ୍ରବନ୍ଧକ ଶରନ୍ୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବ୍ୟାଙ୍କ ତରଫରୁ ଜେନକେଡା ସ୍ଥିତ ସ୍ୱତନ୍ତ୍ର ବଧିର ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ସ୍କୁଲ୍ ର ସଭାପତି ଯୁଗଳ ସାହୁ, ସମ୍ପାଦକ କରମଚାନ୍ଦ ସାହୁ ଓ ପ୍ରଧନ ଶିକ୍ଷକ ଡୋଳାମଣି ମାହାର ଙ୍କ ଉପସ୍ଥିତିରେ ଏକ ୱାସିଙ୍ଗ ମେସିନ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ୍ ର କର୍ମଚାରୀ ସନ୍ତୋଷ ପ୍ରଧାନ, ନିହାର ପାଣିଗ୍ରାହୀ,ତନୁଜ ନାୟକ ,ଅଜିତ୍ ସାହୁ, ସୁମିତ୍ ସାହୁ, ଜଗନ୍ନାଥ ଡନସନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.