ଟ୍ରକ୍‌କୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ୍‌, ୨ ମୃତ ୧ ଗୁରୁତର ।

0

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କଟକ-ଚାନ୍ଦବାଲି ରାସ୍ତାର କୁସୁନପୁର ନିକଟରେ ଭୟାବହ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ମାଛ ବୋଝେଇ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାର କୁସୁନପୁର ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ମାଛ ବୋଝେଇ ଆସୁଥିବା ଅନ୍ୟ ଏକ ଟ୍ରକ୍‌ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଲେଖାଯିବା ସମୟରେ ମୃତକ ଓ ଗୁରୁତର ଆହତଙ୍କ ପରିଚୟ ସ୍ପଷ୍ଟ ହୋଇପାରିନଥିଲା ।

Leave A Reply

Your email address will not be published.