ତୃତୀୟ ଶ୍ରୀକ୍ଷେତ୍ର ଘୋଷଯାତ୍ରା ୨ୟ ଦିନରେ, କାଳିଆ ସାଆନ୍ତ ଙ୍କ ଦର୍ଶନ ପାଇଁ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ।

0

*ଜନ୍ମ ବେଦୀ ପହଁଚି ଲେ ଚତୁର୍ଦ୍ଧା ମୂର୍ତ୍ତି । 

ନୀଳଗିରି,ତା ୧୮/୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚତୁଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ଆଜି୨ୟ ବା ଶେଷଦିନ ରେ ପାରମ୍ପରିକ, ରୀତିନୀତି ଅନୁସାରେ ଅପରାହ୍ନରେ ୪ଟା ସମୟରେ ଭଜନ କୀର୍ତ୍ତନ ଓ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ହରିବୋଲ, ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲ।ଗତକାଲି ପ୍ରଥମଦିନ ଅବସରରେ ଭକ୍ତ ମାନେ ଶ୍ରୀମନ୍ଦିର ନିକଟରୁ ରଥଟାଣି ଅଧାରାସ୍ତା ତଥା ବଡଦାଣ୍ଡ ସବପୋଷ୍ଟ ଅଫିସ ସମ୍ମୁଖରେ ପହଞ୍ଚାଇ ଥିଲେ। ନୀଳଗିରିର ଆଦିସେବକ ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ରଥଟଣାର ପ୍ରଥମେ ଶୁଭାରମ୍ଭ କରିଥିଲେ।ଆଜି୨ୟଦିନ ଘୋଷଯାତ୍ରାଅପରାହ୍ନ ୪ଟାରେ ସବପୋଷ୍ଟ ଅଫିସ ରୁ ରଥ ଟଣା ଆରମ୍ଭ ହୋଇ ମାଉସୀ ରେ ପହଁଛି।ଝିପି ଝିପି ବର୍ଷା ସ୍ୱତେ ଭକ୍ତ ମାନେ ମହା ଆନନ୍ଦ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଟାଣି ନେବାର ଦୃଶ୍ୟ ଅତି ମନୋରମ ଥିଲା।ରଥ ଉପରେ ୩ଠାକୁରଙ୍କ ୩ବାଡ଼ଗ୍ରାହୀ,୬ପହଣ୍ଡି ଆସେବାୟତ,୨ପୂଜକ,ଜଣେଚାମର ସେବାୟତ,ଜଣେତୁରୀ ସେବକ,୪ଘଣ୍ଟୁଆ, ମାଜିଷ୍ଟ୍ରେଟ ଭାବେ ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା ରଥ ଚାଲିବା ପାଇଁ ପତାକା ଦେଖାଇ ରଥ ଚାଲିବା ପାଇଁ ସଂକେତ ଦେବା ପରେ ରଥ ଆଗକୁ ବଢୁଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ରଥଉପର ରେ ରହି ରଥ କାର୍ଯ୍ୟ ପରିଚାଳନା କରିଥିଲେ।ଡ଼. ପ୍ରଦୀପ୍ତ ମିଶ୍ର, ଶକ୍ତିପଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ଲୀଳା ସମ୍ପର୍କରେ ଶ୍ରଦ୍ଧାଳୁ ମାନଙ୍କୁ ଧାରା ବିବରଣୀ ଦେଉଥିଲେ।ରଥ ସମ୍ମୁଖରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା।ରଥଟଣା ଅନ୍ତିମ ଦିନରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଓ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ,ସହକାରୀ ଜିଲ୍ଲା ପାଳ ରଂଜନ ସେନାପତିଭାରପ୍ରାପ୍ତ ତହସିଲଦାର ଶୁଭଶ୍ରୀ ଜେନା, ପିଡବ୍ଲୁଡି ଏସି ଇଂ ମାନସ ସେଠୀ, ଅତିରିକ୍ତ ତହସିଲଦାର ପ୍ରଦୀପ ଦାସ,ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ପିଡବ୍ଲୁ ଡି ଏସ ଡ଼ିଓ ଇଂ ଶ୍ରୀନିବାସ ଜେନା,ସାଂସଦ ବ୍ଯକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ମହାନ୍ତି, ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା ଅତିରିକ୍ତ ଏସ ପି ପ୍ରମୋଦ ମଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ, ଅତିରିକ୍ତ ଏସିପି ପରେଶ ରାଉତ, ଅତିରିକ୍ତ ଏସପି ନିରଂଜନ ବେହେରା,ଅତିରିକ୍ତଦେବଜ୍ୟୋତି ସାହୁ,୪ଆଇଆଇସି, ୧୪ଜଣଏସଆଇ ଓ ଏସଆଇ ଓ ୮ପ୍ଲାଟୁନ ଫୋର୍ସ ଓ ହୋମ ଗାର୍ଡ ନିୟୋଜିତ ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡ ସମେତ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ନିୟୋଜନ କରାଯାଇଥିଲା।ଅପରପକ୍ଷରେ ନୀଳଗିରି ଘୋଷ ଯାତ୍ରା ରେ ମହାବୀର ସଙ୍ଘଠନ,ନୀଳଗିରିମହିଳା କଲେଜଏନେଏସଏସ ଛାତ୍ରୀ,କେସି ହାଇସ୍କୁଲ ଏନସିସିଛାତ୍ର, ବିଭିନ୍ନସ୍ୱେଚ୍ଛାସେବୀ ଅନୁଷ୍ଠାନ,ବିଜେଡ଼ି ଓ ଶିଶିର ମହାପାତ୍ର ସଙ୍ଘଠନ ପକ୍ଷରୁ ଭକ୍ତ ପାଇଁ ଖେଚୁଡ଼ି ପ୍ରଦାନ କରାଯାଇଥିବା ବେଳେ ପ୍ରତିବର୍ଷ ଭଳି ସ୍ବାମୀ ବିବେକାନନ୍ଦ ସଂଗଠନ ପକ୍ଷରୁ ଭକ୍ତ ମାନଙ୍କୁ ସେବା ଯୋଗାଉ ଥିବା ଦେଖି ବାକୁ ମିଳିଛି।ଚଳିତ ବର୍ଷ ଘୋଷ ଯାତ୍ରା ର ୩ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ।ତୃତୀୟ ଶ୍ରୀକ୍ଷେତ୍ର ରେ ରୀତିନୀତିପରମ୍ପରାଅନୁଯାୟୀସନ୍ଧ୍ୟା ୬ଟା ରେ ସନ୍ଧ୍ୟା ଆଳତୀ, ପରେ ଚତୁର୍ଦ୍ଧା ମୁର୍ତି ଭକ୍ତମାନଙ୍କୁ ଦର୍ଶନ ଦେ ଲା ପରେ ରାତି ୧୦ଘଟିକା ରେ ଗୋଟି ପହଣ୍ଡି କରଯାଇ ଜନ୍ମ ବେଦୀକୁ ଚତୁର୍ଦ୍ଧା ନିଆଯାଇ ବଡ଼ସିଂହାର ବେଶ ହେବା ନିଆରା ପରମ୍ପରା ତୃତୀୟ ଶ୍ରୀକ୍ଷେତ୍ର ରେ ରହିଛି।

Leave A Reply

Your email address will not be published.