ଜଗତସିଂହପୁର ତା ୧୮.୦୭.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରାଧିକରଣର ସଚିବ ମିସ୍ ବିଡିଡି ଚନ୍ଦନାଙ୍କ ତତ୍ତ୍ଵାବଧାନରେ ଚେକ ବାଉନ୍ସ ମାମଲାର ସମାଧାନ ନିମନ୍ତେ ଏକ ସ୍ଵତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ନରୋତ୍ତମ ସେଠୀ, ଏସ୍.ଡି.ଜେ.ଏମ୍ ଶ୍ରୀ ପ୍ରତ୍ୟୁଷ କୁମାର ଚାନ୍ଦ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ସେହିପରି କୁଜଙ୍ଗ ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ମୁନସିଫ ଶ୍ରୀମତୀ ବର୍ଷା ଦାସ, ଯେ.ଏମ.ଏଫ.ସି ଶ୍ରୀ ରାଜେଶ ମିଶ୍ର ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ଜିଲ୍ଲାରୁ ମୋଟ ୯୯ ମାମଲାରୁ ୨୧ ଟି ସଫଳତାର ସହ ଫଇସଲା ହେବା ସହିତ ୨୧ ଲକ୍ଷ ୪୧ ହଜାର ୯୫୩ ଟଙ୍କା ଆଦାୟ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.