କିଷାନ କଂଗ୍ରେସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ।

0

ନୀଳଗିରି, ତା ୧୮।୭(): ବାଲେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ର ଜିଲ୍ଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ନୀଳଗିରି କଂଗ୍ରେସ ଭବନ ପରିସରରେ ରାଜ୍ୟ କିଷାନ କଂଗ୍ରେସ ର ଉପସଭାପତି ଯଶୋଦା ନନ୍ଦନ ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ଗଡଜାତ ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମୀ, ତଥା ଶତାୟୁ ପୁରୁଷ ସ୍ୱାଗତ ବଞ୍ଚାନିଧି ବିଶ୍ୱାଳଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ସ୍ବର୍ଗତ ବାଞ୍ଛାନିଧି ଙ୍କ ଅମର ଆତ୍ମାରେ ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନ୍ନା କରାଯାଇଥିଲା। ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ସରକାରଙ୍କର ବହୁବିଧ ଜଣ କଲ୍ୟାଣ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚିବା ସହିତ ଏହାର ଫାଇଦା ଉଠାଇପାରିବେ ସେନେଇ ବିଧିବଦ୍ଧ ଆଲୋଚନା କରାଯିବା ସହିତ ଯୋଜନା ବାଟ ମାରଣା ନ ହେବା ପାଇଁ ଏକ କମିଟି ଗଠନପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ କମିଟି ଟି ରାଜ୍ୟ ସଭାପତି ଙ୍କ ଜରିଆରେ ରାଜ୍ୟପାଳ ଓ ରାଷ୍ଟ୍ରପତି ଙ୍କୁ ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ସଦାଶିବ ରଥ, ସନାତନ ଜେନା, ଗଦାଧର ପରିଡ଼ା, ରାମ ବିହାରୀ ମହାପାତ୍ର, ଉପେନ୍ଦ୍ର ବେହେରା ଓ ମୁଖ୍ୟ ବକ୍ତା ଭାବେ ବିଶ୍ୱନାଥ ଦାସ, ଚକ୍ରଧର ଦାସବାବୁ, ପ୍ରଫୁଲ୍ଲ ମହାନ୍ତି, କୈଳାଶ ପାତ୍ର, ବାସନ୍ତି ସିଂହ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ। ପରେ ପ୍ରଫୁଲ୍ଲ ମହାନ୍ତି ନିର୍ବାଚନମଣ୍ଡଳୀ ର ସମସ୍ତ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସମ୍ପାଦନା ପାଇଁ ଦାୟତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.