ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ମତ୍ସ୍ୟ ଓ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ । ଠାକୁରଙ୍କ ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି। ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଅବତାର ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଉଥିଲା।
ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ।