ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିବା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଙ୍ଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟାପିକା ମାନନୀୟା ମୋନାଲିସା ସ୍ୱାଇଁ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଶିଶୁ ବିକାଶରେ ପରିବାର ର ଭୂମିକା ଓ ଶିଶୁ ଶିକ୍ଷାରେ ଭାରତୀୟ ସଂକଳ୍ପନା ବିଷୟ ଉପରେ ଆଲୋକ ପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ପରିଚାଳନା ସମିତି ର ସଭ୍ୟା ଶ୍ରୀମତୀ ଅଲିଭା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଜୀବନାନନ୍ଦ ଶତପଥି ଗୁରୁଜୀ ସଂଯୋଜନ କରିଥିବାବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ଭକ୍ତ ସମ୍ମିଳନୀରେ ୧୦୨ ଜଣ ମା ଯୋଗଦେଇଥିଲେ ।