ନବରଙ୍ଗପୁର ପ୍ରଧାନୀଗୁଡା ନିକଟରେ ସଡ଼କ ଦୁର୍ଘଟଣା ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମୃତ୍ୟୁ,ଅଙ୍ଗନବାଡି ସଂଘର ରାସ୍ତା ଅବରୋଧ

0

ନବରଙ୍ଗପୁର : 18/07/2026,ପାପଡାହାଣ୍ଡି ଥାନା ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ ଦୁଲପୁର ଗ୍ରାମର ଅଙ୍ଗନବାଡି କର୍ମୀ ଦୋମନ୍ତି ସୌରା ସ୍କୁଟି ସାହାର୍ଯ୍ୟରେ ନିଜ କାର୍ଯ୍ୟ ସ୍ଥଳୀ ନୂଆଗୁଡା କୁ ଯାଉଥିବା ବେଳେ ପଛ ଆଡ଼ୁ ଟିପ୍ପର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୋମନ୍ତି ଛିଟିକି ପଡି ସେଠାରେ ହିଁ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ପାପଡାହାଣ୍ଡି ଏସ୍ଡିପିଓ ସତ୍ୟଜିତ କାଣ୍ଡେଲକେଲ ଓ ଅନ୍ୟ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ ପରିବାର ବର୍ଗ ଓ ଅଙ୍ଗନବାଡି ସଂଘ ଆସି ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରି ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ଦୁଇ ଘଣ୍ଟା ଧରି ରାସ୍ତା ରୋକ କରି ଦାବି କରିଥିଲେ । ଯାହାକି ଜାତୀୟ ରାଜପଥ ଦୁଇ ଘଣ୍ଟା ପାଇଁ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା । ଘଟଣା ସ୍ଥଳରେ ତହସିଲଦାର ତପନ ନାୟକ ଆସି ରେଡ଼ କ୍ରୋସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଯେଉଁ ବ୍ୟକ୍ତି ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଏବଂ ଲିଖିତ ଭାବେ ଦେବାରୁ ରାସ୍ତାରୁ ଓହରି ଥିଲେ । ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇ ପାରିଥିଲା । କର୍ମୀଙ୍କ ମୃତ୍ୟୁ ଖବରରେ ପରିବାର ବର୍ଗ ତଥା ଅଙ୍ଗନବାଡି ସଂଘରେ ଶୋକର ଛାୟା ଖେଳିଯାଇଛି । ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲାସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ ଆସୋସିଏ ସନ ଉପଦେଷ୍ଟା ଶ୍ରୀ ମତୀ କବିତା ନାୟକ, ମମତା ବ୍ରହ୍ମା, ସନ୍ଦ୍ୟା ରାଣୀ ବିଶ୍ୱାସ ଜିଲ୍ଲା ସମ୍ପାଦିକା ଉମା ନାୟକ ସହ ସମ୍ପାଦିକା ଭାଗ୍ୟବତୀ ଷଡ଼ଙ୍ଗୀ ପାପଡାହାଣ୍ଡି ବ୍ଲକ ସଭାନେତ୍ରୀ ସମ୍ପାଦିକା ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.