ଲୋକ ଙ୍କ ଗୁହାରି ଶୁଣିବା ସହ , ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଧାୟକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଡାଗାଁ ନିକଟ ରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଜନ୍ମଦିନ ବହୁ ଧୂମଧାମ ରେ ପାଳନ କରାଯାଇଛି। ପ୍ରଥମେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ. ବିରରାଜୁ ସମେତ ଶତାଧିକ ପ୍ରଶଂସକ ବିଧାୟକ ଙ୍କୁ ଫୁଲମାଳ ଓ ଫୁଲ ତୋଡା , ବାଜା ବଜାଇ ନୃତ୍ୟ ପ୍ରଦର୍ଶନ କରି ବିଧାୟକ ଙ୍କୁ ସ୍ଵାଗତ ଜଣାଇଥିଲେ।
ପରେ ମହାବୀର ହନୁମାନ ଙ୍କ ଦର୍ଶନ କରି ଅଶ୍ରିବାଦ ଭିକ୍ଷା କରିଥିଲେ ବିଧାୟକ। ଆଡାଗାଁ ଓ ନିକଟତମ ଗ୍ରାମ ର ୩୦୦ ରୁ ଉର୍ଦ୍ଧ ପ୍ରଶଂସକ ଙ୍କ ଉପସ୍ଥିତି ରେ କେକ୍ କାଟିଥିଲେ ବିଧାୟକ , ଶତାଧିକ ପ୍ରଶଂସକ ବିଧାୟକ ଙ୍କୁ ଶୁଭେଛା ଜଣାଇଥିଲେ। ପରେ ସମସ୍ତଙ୍କୁ ମିଷ୍ଟନ ବଣ୍ଟନ କରିଥିଲେ। ଏହି ଅବସରେ ପାଖାପାଖି ଗ୍ରାମ ଗୁଡିକରୁ ଆସିଥିବା ଲୋକ ଙ୍କ ସମସ୍ୟା ବିଷୟରେ ଶୁଣିଥିଲେ ଓ ସମସ୍ୟା ର ସମାଧାନ ଅତି ଶୀଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।
ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ବିଜେଡି ବ୍ଲକ ସଭାପତି ଇଶ୍ୱର ରାଓ , ଜିଲ୍ଲା ପରିଷଦ ଏସ ବାଲରାଜୁ , ବରିଷ୍ଠ ବିଜେଡି ନେତା ଗଜପତି ରାଓ , ଯୁବନେତା ୟାଦଗିରି ସହ ଶତାଧିକ ଯୁବ , ମହିଳା , ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.