ବେଲଗୁଣ୍ଠା:୧୭/୦୭–(ଶିବରାମ ଚୌଧୁରୀ )-ପବିତ୍ର କର୍କଟ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଏବଂ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ ତଥା ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସ୍ଥାନୀୟ ପୋଖରିହୁଡା ଓ କେନାଲହିଡ ଅଞ୍ଚଳରେ କଦମ୍ବ, ଜାମୁ, ଅର୍ଜୁନ, ଅଶୋକ ଓ ବେଲ ଭଳି ବିଭିନ୍ନ କିସମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା।
ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ତଥା ସାହିତ୍ୟ ଘରର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ଘର ଉପସଭାପତି ସୂର୍ଯ୍ୟନାରାୟଣ ତ୍ରିପାଠୀ, ସାହିତ୍ୟ ଘର ସମ୍ପାଦକ କାଶୀନାଥ ସାହୁ, ସାମ୍ବାଦିକ ଶିବରାମ ଚୌଧୁରୀ, ସଦାଶିବ ପାଣିଗ୍ରାହୀ, ମନୋଜ କୁମାର ପାତ୍ର ଏବଂ ତୋଫାନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହାସହିତ ପ୍ରେସ୍ କ୍ଲବ୍ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ପଞ୍ଚାନନ ସାହୁ, ଏବଂ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ପାଇଁ କେବଳ ଗଛ ଲଗାଇବା ଯଥେଷ୍ଟ ନୁହେଁ, ବରଂ ସେଗୁଡ଼ିକର ସଠିକ୍ ଯତ୍ନ ଓ ସୁରକ୍ଷା ନେବା ନିହାତି ଜରୁରୀ ବୋଲି ପ୍ରକାଶ କରି ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ବୃକ୍ଷଗୁଡ଼ିକର ସମ୍ପୂର୍ଣ୍ଣ ଯତ୍ନ ନେବା ପାଇଁ ସଂକଳ୍ପ ଓ ଶପଥ ପାଠ କରିଥିଲେ।
Sign in
Sign in
Recover your password.
A password will be e-mailed to you.