ପଦ୍ମପୁର:- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ସହୟୋଗ ଅନୁଷ୍ଠାନ ର ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା,ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଯୋଗ ଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ବଲାଙ୍ଗିର , ଜିଲ୍ଲା ସମାଜ ସେବୀ ସଙ୍ଗଠନ, ବରଗଡ଼, ୨୫ ରୁ ଉର୍ଦ୍ଧ୍ବ ଅଜଣା ଶବ ସତ୍କାର କରିଥିବା ସଂଘମିତ୍ରା ପଟେଲ ଗ୍ରୁପ୍, ନିଜସ୍ୱ ପାଣ୍ଠିରୁ ବୃଦ୍ଧାଶ୍ରମ କରି ୧୫ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଙ୍କୁ ଥଇଥାନ କରିଥିବା ବାଘଝୁଲା ର କୀର୍ତ୍ତନ ଦାସ ଏବଂ ପଦ୍ମପୁର ରେ ସର୍ବାଧିକ ରକ୍ତଦାନ କରିଥିବା ମହିଳା ରକ୍ତଦାତ୍ରୀ ସବିତା ପଟେଲ ଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପରେ ଆୟୋଜିତ ରକ୍ତଦାନ ଶିବିର ରୁ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମ୍ପାଦକ ତାପସ କୁମାର ନାୟକ ବିବରଣୀ ପାଠ କରିଥିବା ବେଳେ , ଆକାଶ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସଭାପତି ମୌସମ ପାଗଡ଼ା ଙ୍କ ସମେତ ସଂଗଠନ ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥଲେ।
Sign in
Sign in
Recover your password.
A password will be e-mailed to you.