ଚୋରା ମଦ ଜବତ ୫ କୋର୍ଟ ଚାଲାଣ ।

0

କେନ୍ଦ୍ରାପଡ଼ା:୧୫/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ନିକିରାଇ, ତନ୍ତିଆପାଳ ମେରାଇନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବଳଗଣ୍ଡି ଗ୍ରାମର କଳ୍ପନା ସାହୁ (ବୟସ ୪୧ ବର୍ଷ) ଙ୍କ ଠାରୁ ୧୦ ଲିଟର ଦେଶୀ ରନ୍ଧା ମଦ, ପଳସିଂଘା ଗ୍ରାମର ସଞ୍ଜୟ ବାରିକ (ବୟସ ୪୬ ବର୍ଷ ) ଙ୍କ ଠାରୁ ୪୧ ଲିଟର ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ଜଗତ ଜୋରା ଗ୍ରାମର ସୁଶାନ୍ତ ଅବାକ (ବୟସ ୪୩ ବର୍ଷ) ଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଓ ଜ୍ୟୋତ୍ସ୍ନା ପଲ (ବୟସ ୩୬ ବର୍ଷ) ଙ୍କ ଠତୁ ୩୧ ଲିଟର ବିଦେଶୀ ମଦ, ଶ୍ୟାମସୁନ୍ଦର ପୁର ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ (ବୟସ ୪୧ ବର୍ଷ) ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି । ଏମାନଙ୍କ ପାଖରୁ ସମୁଦାୟ ୧୪୯ ଲିଟର ଦେଶୀ ରନ୍ଧା ମଦ ଓ ବିଦେଶୀ ମଦ ଜବତ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.