ସ୍ନାତକ ମହିଳା ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ଡାହାଣୀ ଆରୋପ ଜନିତ ହିଂସା ଓ ମହିଳା ନିର୍ଯାତନା ଶୀର୍ଷକ ପାଠଚକ୍ର ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ତରଫରୁ ଡାହାଣୀ ଆରୋପ ଜନିତ ହିଂସା ଓ ମହିଳା ନିର୍ଯାତନା ଶୀର୍ଷକ ଏକ ପାଠଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ୱରେ ସମ୍ପନ୍ନ ହୋଇଯାଇଛି। ଛାତ୍ରୀ ସୁଶ୍ରୀ ସରିତା ରାଇକାଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ପାଠଚକ୍ର ରେ ଅଧ୍ୟକ୍ଷା ଡ଼ ରୀନା ସାହୁ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ରେ ସାମ୍ପ୍ରତିକ ସମାଜ ରେ ବୃଦ୍ଧିପାଉଥିବା ମହିଳା ନିର୍ଯାତନା ଏବଂ କୁସଂସ୍କାର ର ବଶବର୍ତ୍ତୀ ହୋଇ ସଂଖ୍ୟାଧିକ ମହିଳାଙ୍କ ଜୀବନ ହାନୀ ଓ ନିପୀଡ଼ିତ ମହିଳା ଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଉଛି, ସେ ସମ୍ପର୍କ ରେ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭୁବନେଶ୍ୱର ରୁ ପ୍ରକାଶ ପାଉଥିବା ବିଚାରଶୀଳ ପାକ୍ଷିକ ପତ୍ରିକା ସମଦୃଷ୍ଟି ର ସମ୍ପାଦକ ବିଘ୍ନେଶ୍ୱର ସାହୁ ଯୋଗ ଦେଇ ଡାହାଣୀ ଆରୋପ ଜନିତ ହିଂସା ସମ୍ପର୍କିତ ଦୀର୍ଘ ବକ୍ତବ୍ୟ ରଖିବା ସହ ପାୱାର ପୋଏଣ୍ଟ ମାଧ୍ୟମରେ ଦୁଇ ଶତାଧିକ ସମ୍ବାଦପତ୍ର କ୍ଲିପିଙ୍ଗ ପ୍ରଦର୍ଶିତ କରି ମହିଳା ମାନଙ୍କ ମଧ୍ୟରେ ଆତ୍ମସଚେତନ , ବିଶ୍ୱାସ , କୁସଂସ୍କାର , ଅନ୍ଧବିଶ୍ୱାସ ଆଦିକୁ ଗ୍ରହଣ ନ କରି ବିଜ୍ଞାନ ଯୁକ୍ତି ସିଦ୍ଧତା ରେ ପ୍ରତ୍ୟେକ କାର୍ଯ୍ୟକୁ ପରୀକ୍ଷଣ ମାଧ୍ୟମ ରେ ପରଖିବାକୁ ପରାମର୍ଶ ଦେବା ସହ ବିଦେଶ , ଭାରତବର୍ଷ ଓ ଆମ ରାଜ୍ୟ ରେ ଘଟିଥିବା ଡାହାଣୀ ଆରୋପିତ ଘଟଣାକ୍ରମର ଅନୁଶୀଳନ କରିଥିଲେ ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ଯଶସ୍ମିନୀ ମହାନ୍ତି ପାଠଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I
ଛାତ୍ରୀ ସୁଶ୍ରୀ ସରୋଜିନୀ ଶବର , ସୁଶ୍ରୀ ସରିଡା ରାଇକା , ସୁଶ୍ରୀ ତୁଳସୀ ଶବର , ସୁଶ୍ରୀ ସରସ୍ଵତୀ ଶବର , ସୁଶ୍ରୀ ଆଶ୍ଵାସିନୀ ଶବର ପ୍ରମୁଖ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରେ ବରିଷ୍ଠ ଅଧ୍ୟାପିକା ବରଦା ମିଶ୍ର , ଅଧ୍ୟାପିକା , ଅଧ୍ୟାପିକା , ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ ନାୟକ , ଗଣେଶ ରାଜୁ ପ୍ରମୁଖ ଯୋଗଦାନ କରିଥିଲେ। ସରିତା ରାଇକା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.