ମଦ ଦୋକାନ ନିକଟରେ ଚଖାନା ଦୋକାନ ଚାଲୁ ଥିବା ଅଭିଯୋଗ, ଉଚ୍ଛେଦ ଦାବି

0

(ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV ୭୯ ଅଞ୍ଚଳରରେ ଥିବା ଏକ ମଦ ଦୋକାନ ନିକଟରେ କେତେକ ଅସ୍ଥାୟୀ ଚଖାନା ଦୋକାନ ଚାଲୁ ରହିଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ମଦ ଦୋକାନ ନିକଟରେ କିମ୍ବା ନିର୍ଦ୍ଧାରିତ ୨୦୦ମିଟର ଦୂରତା ମଧ୍ୟରେ ଚଖାନା ଦୋକାନ ନ ରଖିବାକୁ କୁହାଯାଇଥିଲେ ମଧ୍ୟ କେତେକ ଦୋକାନ ଏବେ ମଧ୍ୟ ଚାଲୁ ଥିବା ଦାବି କରାଯାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହା ଯୋଗୁ ରାସ୍ତାରେ ଭିଡ଼ ସୃଷ୍ଟି ହେବା ସହ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି। ତେଣୁ ପ୍ରଶାସନ ଘଟଣାର ତଦନ୍ତ କରି, ଯଦି ନିୟମ ଉଲ୍ଲଂଘନ ହୋଇଥାଏ ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ଏହି ଚଖାନା ଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ଅଭିଯୋଗ ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସ୍ଥାନୀୟ ଲୋକେ ଶୀଘ୍ର ଏହି ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି |

Leave A Reply

Your email address will not be published.