ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ପାଳିତ ହେଲା ବନ ମହୋତ୍ସବ, ରୋପଣ ହେଲା ପ୍ରାୟ ଏକ ଶହ ବୃକ୍ଷ

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବେଶ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ତା 14-07-2026 ମଙ୍ଗଳବାର ଦିନ ବନ ମହୋତ୍ସବ ଅତି ଉତ୍ସାହର ସହ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍ ମାଲକାନଗିରିର Dy. Commandant ଶ୍ରୀ ରବିଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରିର ମୁଖ୍ୟ ପରିଚାଳକ ଶ୍ରୀ ବିନୋଦ କୁମାର ବିଶୋଇ, ଉପ ପରିଚାଳକ ଶ୍ରୀ ଅଜିତ କୁମାର ଆଚାର୍ଯ୍ୟ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ବେହେରା, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡାକ୍ତର ରଞ୍ଜନ କୁମାର ସ୍ୱାଇଁ ଏବଂ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ନୀଳକଣ୍ଠ ବେହେରା ପ୍ରମୁଖ ଯୋଗଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖଣ୍ଡପାଣି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଗୌରାଙ୍ଗ ସଜ୍ଜନ ସଭା କାର୍ଯ୍ୟ ସମ୍ପାଦନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ସାହୁ, ଶ୍ରୀମତୀ ଲଡୁକିଶୋର ବେହେରା, ଶ୍ରୀମତୀ ଅଙ୍ଗୁରବାଲା ସ୍ୱାଇଁ, ଶ୍ରୀମତୀ ଅଭିପ୍ସା ତରାଇ, ଶ୍ରୀମତୀ ଅନିତା ଶିକଦେର, ଶ୍ରୀମତୀ ରୀନା କୁମାରୀ ମହାପାତ୍ର, ଶ୍ରୀ ତରୁଣ କୁମାର ଦେ, ଶ୍ରୀମତୀ ପୂର୍ବୀ ଶିଲ ଏବଂ ଶ୍ରୀମତୀ ପ୍ରତିମା ନାୟକ।

କାର୍ଯ୍ୟକ୍ରମର ଶେଷରେ ଅତିଥି ମାନଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ପ୍ରାୟ ଏକ ଶହ ବୃକ୍ଷ ରୋପଣ କରିଥିଲେ। “ଗଛ ଲଗାଓ, ପ୍ରାଣ ବଞ୍ଚାଓ” ନାରା ଦେଇ ପରିବେଶକୁ ସବୁଜ ଓ ସୁନ୍ଦର କରିବା ପାଇଁ ସମସ୍ତେ ଶପଥ ନେଇଥିଲେ।

Leave A Reply

Your email address will not be published.