ପଞ୍ଚାୟତ ଉଦ୍ୟାନ ଜରାଜୀର୍ଣ୍ଣ, ପୁନରୁଦ୍ଧାର ଦାବି

0

ମାଲକାନଗିରି 13/୭/୨୬ (ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରସ୍ଥ କୋରୁକୋଣ୍ଡା ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରାୟ ତିନି ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଉଦ୍ୟାନ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏକ ସମୟରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦ ଓ ମନୋରଞ୍ଜନର ପ୍ରମୁଖ କେନ୍ଦ୍ର ଥିବା ଏହି ଉଦ୍ୟାନ ବର୍ତ୍ତମାନ ଅବହେଳାର ଶିକାର ହୋଇଛି।
ଉଦ୍ୟାନରେ ଥିବା ବିଭିନ୍ନ ଖେଳ ସରଞ୍ଜାମ, ବସିବା ସ୍ଥାନ ଓ ଅନ୍ୟାନ୍ୟ ଭିତ୍ତିଭୂମି ଭାଙ୍ଗି ନଷ୍ଟ ହୋଇଯାଇଥିବାରୁ ପିଲାମାନେ ପୂର୍ବଭଳି ସେଠାରେ ଖେଳିପାରୁନାହାନ୍ତି। ଫଳରେ ଉଦ୍ୟାନଟି ପ୍ରାୟ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।
ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଶୁମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଉଦ୍ୟାନର ଶୀଘ୍ର ମରାମତି, ପୁନରୁଦ୍ଧାର ଏବଂ ଭାଙ୍ଗିଯାଇଥିବା ଖେଳ ସରଞ୍ଜାମଗୁଡ଼ିକର ପୁନଃସ୍ଥାପନ ପାଇଁ ସ୍ଥାନୀୟବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

Leave A Reply

Your email address will not be published.