ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରଥ ଯାତ୍ରା ବା ଗହଳି ଜନିତ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି
ସ୍ଥାନକୁ ଗଲେ ବିଭିନ୍ନ୍ ଭୂତାଣୁ ସଂକ୍ରମଣ ଯୋଗୁ ଫ୍ଲୁ ଜାତୀୟ ରୋଗ, ଥଣ୍ଡା, ଜ୍ୱର, ଆକ୍ଷିଧରା, କୋଭିଡ଼ ହେବ। ଭିଡର ଧୂଳି, ମାଛି ବସା ଖାଦ୍ୟ ଖାଇଲେ ଅତିସାର, ବାନ୍ତି, ଦଳାଚକଟାରୁ ଆଘାତ ହେବ। ଶିଶୁକୁ ଆଦୌ ନିଅନ୍ତୁ ନାହିଁ, ଅଧିକ ପରିଷ୍କାର ପାଣି ପିଅନ୍ତୁ
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ଡ଼ଃ ନକୁଳ ସାହୁ ଅନୁରୋଧ କରିଛନ୍ତି,ଫୋନ 9861450612,
Sign in
Sign in
Recover your password.
A password will be e-mailed to you.