ଚିନ୍ତାରେ ଏବେ ରାଜ : ଏପଟେ ବାଘ…ସେପଟେ ଖାଇ, କଣ କରିବେ ବୁଦ୍ଧିବାଟ ଦେଖାଯାଉନାହିଁ 

0 1

 ଫେରିଲେ ଜିତୁ, ବେଗୁନିଆ ମୁହାଁ ହେବେ ରାଜୁ 

ଭୁବନେଶ୍ୱର,:  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ମିତ୍ରଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ମିତ୍ର ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ସହ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି ଅବସରରେ ଶ୍ରୀ ମିତ୍ର କହିଥିଲେ ଯେ ୧୯୯୭ ମସିହାରେ ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା, ମୋର ସେ ଦଳ ସହିତ ବହୁଦିନ ଧରି ସଂପୃକ୍ତି ଥିଲା । ୯ବର୍ଷ ଧରି ବିଜୁ ଜନତା ଦଳର ବିଧାୟକ ହୋଇ ରହିଛି । ରାଜେନ୍ଦ୍ର ସାହୁ ଓ ମୁଁ ମିଶିକରି ଖୋର୍ଦ୍ଧାରେ ବିଜେଡିର ସଂଗଠନକୁ ତିଆରି କରିଥିଲୁ । ତେଣୁ ଆଗାମୀ ଦିନରେ ଜନସାଧାରଣ ମୋତେ ଏବଂ ବିଧାୟକ ଶ୍ରୀ ସାହୁଙ୍କୁ ଗ୍ରହଣ କରିବେ ବୋଲି ଶ୍ରୀ ମିତ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 ସୂଚନାଯୋଗ୍ୟ ଖୋର୍ଦ୍ଧା ବିଜେପି ରାଜନୀତିରେ ଖଣ୍ଡାୟତରାୟ ନାମକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆବିର୍ଭାବ ପରେ ଜିତୁ ମିତ୍ର ବିଜେପି ରାଜନନୀତିରେ କଣ ଠେସା ହୋଇ ପଡ଼ିଥିଲେ ଓ ତାଙ୍କ ପାଇଁ ଟିକେଟ ନଥିଲା | ଅନ୍ୟ ପକ୍ଷରେ ଜିତୁଙ୍କ ଆସିବା ପରେ ରାଜ ସାହୁ ଚିନ୍ତାରେ ପଡିଯାଇଛନ୍ତି | ତାଙ୍କୁ ବେଗୁନିଆ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ସେ ପରୋକ୍ଷରେ ସ୍ୱୀକାର କରିଥିବା ବେଳେ ସେଠାରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କୁ ବାଟ ଛାଡ଼ିବେ ତ, ସେଇ ଚିନ୍ତାରେ ଏବେ ରାଜ | କାରଣ ପ୍ରଶାନ୍ତ ଖୋଲା ଖୋଲି ବିଦ୍ରୋହ କରିଛନ୍ତି | ସେ କହିଛନ୍ତି ଯେ ଟିକେଟ ନମିଳିଲେ ସେ ସ୍ୱାଧୀନ ଲଢ଼ିବେ | ଅନ୍ୟ ପକ୍ଷରେ ସେଠାରେ କଂଗ୍ରେସ ଜାନକୀ ନନ୍ଦନଙ୍କ ପ୍ରାର୍ଥୀତ୍ବ ବିଷୟରେ ଚିନ୍ତା କରୁଛି | ତେଣୁ ରାଜ ଏବେ ପ୍ରବଳ ଟେନ୍ସନରେ | ଏଣେ ବାଘ, ତେଣେ ଖାଇ | କଣ କରିବେ ବୁଦ୍ଧି  ବାଟ ଦେଖାଯାଉନାହିଁ ରାଜଙ୍କୁ |

Leave A Reply

Your email address will not be published.