ଅଚିହ୍ନା ଯୁବକ ର ଶବ ରେଳ ଧାରଣା ରୁ ଉଦ୍ଧାର।

0

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ତଥା ଜେଲ୍ ପାଚେରୀ କଡ ରେଳ ଧାରଣାରୁ ଜଣେ ଯୁବକ ର କ୍ଷତବିକ୍ଷତ ଶବକୁ ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି। ମିଳିଥିବା ଶବ ଜଣେ ଅଚିହ୍ନା ଯୁବକ ର ଓ କୌଣସି ଚଳନ୍ତା ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ର ବୟସ ପ୍ରାୟ ୨୫ ବର୍ଷ ହେବ।ତାର କୌଣସି ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଆଖପାଖ ଅଞ୍ଚଳରେ ବୁଲି ମୃତ ଯୁବକଙ୍କ ପରିଚୟ ଖୋଜିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.