ଖୋଦ ସହରରୁ ରାସ୍ତା ଚୋରି, ଗାଁ କଥା କହିବା କଣ 

0 1

ବିରାଟ ସରକାରୀ ଫଳକ ଅଛି, ହେଲେ ରାସ୍ତାଟି ସେଠୁ କୁଆଡେ ଗାଏବ

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ପୈାରପାଳିକାର ୨୯ ନଂ ୱାର୍ଡ ରୁ ରାସ୍ତା ଚୋରି ହୋଇଯାଇଛି  । ବିରାଟ ସରକାରୀ ଫଳକ ଅଛି, ହେଲେ ରାସ୍ତାଟି ସେଠୁ କୁଆଡେ ଗାଏବ |  ଲୋକେ ରାସ୍ତା ଖୋଜି ଖୋଜି ନୟାନ୍ତ । 

ଆଜି ସକାଳୁ ହଟାତ୍ ୨୯ ନଂ ୱାର୍ଡରେ ଏକ ରାସ୍ତା କାମକୁ ନେଇ ଫଳକ ଲାଗିଥିବା ଘଟଣା ମୁଖ୍ୟ ଚର୍ଚାର ବିଷୟ ହୋଇଛି । ଏହି ରୋଡ଼ ଭଦ୍ରକ ପଞ୍ଚାୟତ ସମିତି ଦ୍ବାରା ଆର୍ଥୀକ ଅନୁଦାନ ୪,୩୪ ହଜାର ୪୩୭ ଟଙ୍କାର କାର୍ଯ୍ୟ ମାତ୍ର ୧୩ଦିନରେ ସମାପ୍ତ ହୋଇଥିବା ନାଗରୀକ ସୂଚନା ଫଳକରେ ଲେଖାଯାଇଥିବା ଦେଖିବାକୁ ମିଳିଛି ,  କିନ୍ତୁ ଏହି ରାସ୍ତା ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକେ ଯାଣି ନାହାନ୍ତି କିମ୍ବା ସ୍ଥାନୀୟ କାଉନସିଲରଙ୍କ ପାଖରେ ମଧ୍ୟ ସୂଚନା ନାହିଁ । ତେବେ ଯଦି ଏହି ରାସ୍ତା କାମ ସରକାରୀ ହିସାବରେ ହୋଇଛି ତାହାହେଲେ ରାସ୍ତା ଦେଖା ଯାଉନାହିଁ ବୋଧେ ନିଶ୍ଚୟ ଚୋରି ହୋଇଥିବ ବୋଲି ଶୁଣା ଯାଉଛି । 

           ଏଠି ପ୍ରଶ୍ନ ଉଠେ କିି ଗତକାଲି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଚରଣବିଧ୍ କଡାକଡି ଭାବେ ଲାଗୁ ହୋଇଥିଲେ ମଧ୍ୟ ଏପରି ବିନା ରାସ୍ତା ନିର୍ମାଣ ହୋଇ ରାତା ରାତି ଫଳକ ମାରିବା ପଛରେ କି ରହସ୍ୟ ??? ଆଉ ଏହି ମହା ଘୋଟାଲା ପଛରେ କାହାର ହାତ ରହିଛି , ତାହା ତଦନ୍ତ ହେବା ଜରୁରୀ । ଏହି ପ୍ରକଳ୍ପର ବିଲ କେମିତି ହେଲା ଏବଂ କାମ କରିଥିବା ସେ ମହାନ ଠିକାଦାର କିଏ ?? ଆଉ ସେ ଅଫିସର କିଏ ଯେ ଏପରି କାର୍ଯ୍ୟକୁ ପ୍ରଶୟ ଦେଉଛି । ଏପରି ଅନେକ ପ୍ରଶ୍ନ ମଧ୍ୟରେ ଝୁଲି ରହିଛି ଏହି ରାସ୍ତା କାମର ରହସ୍ୟ । ଏପରି ଅନେକ କାର୍ଯ୍ୟ ଜିଲ୍ଲାରେ ଚାଲିଥିବା ବେଳେ ଏହା ଏକ ଜ୍ବଳନ୍ତ ଉଦାହରଣ । ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କ ମୋବାଇଲ ବାଜୁଛି କିନ୍ତୁ ଉତ୍ତର ମିଳୁନାହିଁ । ଆମ ଜିଲ୍ଲାପାଳ ଏ ବିଷୟରେ ଗୁରୁତ୍ହ ଦେଲେ ନିଶ୍ଚୟ କିଛି ଫଳ ମିଳିବ ବୋଲି ସ୍ଥାନୀୟ ଲୋକେ ଆଳା ରଖିଛନ୍ତି , ନ ହେଲେ ଆଗାମି ଦିନରେ ଏହି ରାସ୍ତାକୁ ଖୋଯିବା ପାଇଁ ଗ୍ରାମବାସୀ ରାସ୍ତାକୁ ଓହ୍ସାଇବେ ବୋଲି ଚେତାବନୀ ଦେଇଛନ୍ତି ।।

 

Leave A Reply

Your email address will not be published.