ଆର୍.ସୀତାପୁର ଗ୍ରାମରେ ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତ ର ଆର୍.ସିତାପୁର ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।
ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ବିଭିନ୍ନ ପ୍ରକାର ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା , ଗ୍ରାମ ଭିତ୍ତିକ ସମସ୍ୟା , ରାସନ୍ କାର୍ଡ , ଗୃହ ନିର୍ମାଣ , ଶିକ୍ଷା , ଜଳ ସେଚତାନ , ରାସ୍ତା , ନାଳ ଓ ସ୍ଵାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ବିଧାୟକ ତୁରନ୍ତ ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋର ଚନ୍ଦ୍ର ପଟ୍ଟନାୟକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଲେ।
ଆର୍.ସିତାପୂର୍ ଗ୍ରାମ ର ବିଦ୍ୟାଳୟ ଓ ଆଙ୍ଗନୱାଡି କେନ୍ଦ୍ର କୁ ଯିବା ଆସିବା ପାଇଁ ରାସ୍ତା ନଥିବାରୁ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ଏହି ସବୁ ସମସ୍ୟା ବିଧାୟକ ଙ୍କୁ ଜଣାଇବାରୁ ତୁରନ୍ତ କରାଯିବ ବୋଲି ଗ୍ରାମ ବାସି ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଜନଅଭିଯୋଗ ଶୁଣାଣୀ ରେ ବିଧାୟକ ସମେରେ ନିକଟସ୍ତ ସରପଞ୍ଚ ଡି.ତ୍ରିବେଣୀ , ସ୍ଥାନୀୟ ନେତା ଜଗନ୍ନାଥ ରାଜୁ , ସୁଧୀର ରାଓ , ଅପଲସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.