ପ୍ରେସ ମିଟକଲେ ଖଇରା ଅଂଚଳ ବାସୀ
ବାଲେଶ୍ୱର ଜିଲ୍ଲା 05/11/26ଗୁରୁବାର ଅପରାହ୍ନ 5ଘଟିକା ସମୟରେ ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ ଗଡ଼ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ ପୁତ୍ର ସୋମ୍ୟ ରଞ୍ଜନମହାପାତ୍ରଙ୍କ 5ବର୍ଷ ପୂର୍ବରୁ ମୃତ୍ୟୁ ଏକ ରହସ୍ୟ ଜନକ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲେ ଅଂଚଳ ବାସୀ ,!ସୋମ୍ୟଙ୍କ ପିତା ଅଭିମନ୍ୟୁ ମହାପାତ୍ର ମା ତୁଳସୀଙ୍କ କୋହଭରା ଦୁଃଖ ଆଜି ପର୍ଯ୍ୟନ୍ତ କହିଲେ ନସରେ !କାରଣ ସେଦିନର ଆଖିଦେଖା କଥା ଅଭିମନ୍ୟୁ ବାବୁ କୋହଭରା କଣ୍ଠରେ ପ୍ରେସ ମିଟରେ ବର୍ଣନା କରିଥିଲେ -=*ସେଦିନପାରଳାଖେମୁଣ୍ଡିରେପୁତ୍ର ପୋଡି ହୋଇ ମୃତ୍ୟୁ ଘଟଣାରେ ପ୍ରକୃତ ଦୋଷୀ ବହୁ ଦିବ୍ୟାଭାରତୀ, ରୋସେୟା ମନ୍ମଥ କୁମ୍ଭ ଓ ଡ଼ିଏଫଓ ସଂଗ୍ରାମକେଶରି ବେହେରା ସହଜରେ ଦୀର୍ଘ 5ବର୍ଷ ଧରି ନିର୍ଦୋଷରେ ଘୋରିବୁଲିଲେ.!ତେଣୁ ବର୍ତମାନ ସରକାର ବିଚାର ଓ ବିଚାର ବିଭାଗ ମୋତେ ନ୍ୟାୟ ଦେଇଛନ୍ତି ଦୋଷୀକୁ ଦଣ୍ଡ ମିଳିଛି ଏମାନେ ଜେଲ ହଜତରେ ଅଛନ୍ତି ସତ ଯଦି ପୁନଶ୍ଚ ଉକ୍ତ ଘଟଣାର ନ୍ୟାୟିକ ତଦନ୍ତ ହୋଇ ସତ୍ୟଘଟଣାର ଅନୁସନ୍ଧାନ କରାଯାଇ ପରଦା ପଛରେ ଲୁଚି ରହିଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡ ମିଳନ୍ତା ତେବେ ମୋ ପୁତ୍ରର ଆତ୍ମା ଶାନ୍ତି ପାଇପାରନ୍ତା ବୋଲି ଶ୍ରୀ ମହାପାତ୍ର ପ୍ରେସ୍ ମିଟରେ ପ୍ରକାଶ କରିଥିଲେ!ଏତିପାଇଁ ମୋତେ ସରକାର,ସମାଜସେବୀ ତଥା ରାଜନେତା ରଣଜିତ ଠାକୁର, ମିଡ଼ିଆ ବନ୍ଧୁ ଓ ସାହାଯ୍ୟ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଇଥିଲେ !ଗତକାଲି ଏଥିପାଇଁ ଖଇରା ଅଂଚଳର ବିଭିନ୍ନ ସାମାଜିକ ସଂଗଠନ -=ବରିଷ୍ଠ ନାଗରିକ ମଞ୍ଚ ,ମକୁନ୍ଦ ପ୍ରସାଦ ସ୍ମୃତି ପରିଷଦ, ପ୍ରତିଭା ପରିବାର,ଖଇରା ବ୍ରାହ୍ମଣ ସମିତି,ଅବସରପ୍ରାପ୍ତ ଶିକ୍ଷକ ସଂଘ, ଜନ ଜାଗରଣ ମଞ୍ଚ ଓ ବହୁ ସମାଜ ସେବୀ ଉପସ୍ଥିତ ହୋଇ ଅଭିମନ୍ୟୁ ମହାପାତ୍ରଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଜଣେ ସ୍ୱଳ୍ପ ପେନସନଭୋଗୀଙ୍କ ପ୍ରଗାଢ଼ ଉଦ୍ୟମ ଓ ସାହସ ଆଗାମୀ ସମୟ ପାଇଁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରମୁଖ ବ୍ୟକ୍ତି ମାନେ ମତବ୍ୟକ୍ତ କରି ଥିଲେ !ଠାକୁର ଶ୍ରୀ ଦାଶଙ୍କର ଅଭିମନ୍ୟୁ ବାବୁଙ୍କୁ ଏଭଳି ଏକ ସ୍ପର୍ଶ କାତର ଘଟଣାର ତାଙ୍କର ନିସ୍ଵାର୍ଥପର ତ୍ୟାଗ ଓ ସାହାଯ୍ୟପାଇଁ ମଧ୍ୟ୍ୟ ଜଗନ୍ନାଥଙ୍କ ପାଖରେ ଶୁଭ ପ୍ରାର୍ଥନା କରାଯାଇଥିଲା !ସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ଆହ୍ୱାନରେ ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ବସନ୍ତ ଖିଲାର, ବୁଦ୍ଧିରାମ ପାଣିଗ୍ରହୀ, ଅନ୍ତର୍ଯ୍ୟାମୀ ପାତ୍ର, ମହେନ୍ଦ୍ର ପ୍ରସାଦ କବି, ନିରଞ୍ଜନ ବେହେରା ପ୍ରମୁଖ 100 ରୁ ଉର୍ଦ୍ଧ ଅନେକ ଅନୁଷ୍ଠାନର ନେତୃବୃନ୍ଦ ତଥା ସମାଜ ସେବୀ ଉପସ୍ଥିତ ଆଗାମୀ ନ୍ୟାୟିକ ତଦନ୍ତ ତଦନ୍ତ ପାଇଁ ସରକାରଙ୍କ ପାଖରେ ପୋଷ୍ଟକ!ର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୂଖ୍ୟ ମନ୍ତ୍ରୀ ଓ ବିଚାର ବିଭାଗକୁ ଆବେଦନ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିଲେ !